Latest Odisha News

BREAKING NEWS

Virushka in “Hanuman Ansh”: ଦର୍ଶକଙ୍କ ମନ କିଣୁଛି ‘ହନୁମାନ ଅଂଶ’, ଆସିବ ସିକ୍ବେଲ୍…ପାର୍ଟ-୨ରେ ହେବ ବିରାଟ-ଅନୁଷ୍କାଙ୍କ ଏଣ୍ଟ୍ରି?

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ହନୁମାନ ଅଂଶ’। ଫିଲ୍ମର ସଫଳତା ମଧ୍ୟରେ ଏହାର ଆଗାମୀ ଦୁଇଟି ପାର୍ଟକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ମେକର୍ସ। ନିର୍ମାତା ନମ୍ରତା ସିଂହ କହିଛନ୍ତି, ଆରମ୍ଭରୁ ହିଁ ଏହାକୁ ଟ୍ରିଲୋଜି ଭାବେ ତିଆରି କରିବାର ଯୋଜନା ଥିଲା।

ପ୍ରଥମ ଫିଲ୍ମରେ ମହାରାଜଜୀଙ୍କ ଜୀବନର ପ୍ରାରମ୍ଭିକ ସମୟ ଏବଂ କୈଞ୍ଚି ଧାମ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଦେଖାଯାଇଛି। ଦ୍ୱିତୀୟ ଭାଗରେ କୈଞ୍ଚି ଧାମ ଓ ଏହା ସହ ଜଡ଼ିତ ଆଧ୍ୟାତ୍ମିକ ଦିଗ ଉପରେ କାହାଣୀ ଆଗକୁ ବଢ଼ିବ। ତୃତୀୟ ପାର୍ଟରେ ଭାରତ ବାହାରେ ନୀମ କରୋଲି ବାବାଙ୍କ ପ୍ରଭାବ ଓ ତାଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଦେଖାଇବାର ଯୋଜନା ରହିଛି।

ତେବେ ଏବେ ସୁଦ୍ଧା ଦ୍ୱିତୀୟ ଓ ତୃତୀୟ ପାର୍ଟର ସ୍କ୍ରିପ୍ଟ ଲେଖା ଆରମ୍ଭ ହୋଇନାହିଁ। ମେକର୍ସ ପ୍ରାୟ ୯୦ ଦିନର ବ୍ରେକ୍ ନେବା ପରେ ଏହା ଉପରେ କାମ ଆରମ୍ଭ କରିବେ।

ଅନ୍ୟପଟେ, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ମେକର୍ସ କିଛି ପରିଚିତ ବ୍ୟକ୍ତିଙ୍କ ସହ କ୍ୟାମିଓ ପାଇଁ ଯୋଗାଯୋଗ କରିଥିବା କହିଛନ୍ତି, କିନ୍ତୁ ବିରାଟ-ଅନୁଷ୍କାଙ୍କ ଏଣ୍ଟ୍ରି ନେଇ କୌଣସି ଅଫିସିଆଲ୍ କନଫର୍ମେସନ୍ ହୋଇନାହିଁ। ତଥାପି ବିରାଟ ଏବଂ ଅନୁଷ୍କାଙ୍କ ଉପରେ ନୀମ କରୋଲି ବାବାଙ୍କର ବଡ ଆର୍ଶିବାଦ ରହିଥିବା ବେଳେ ସିନେମାରେ ସେମାନଙ୍କ ଉପସ୍ଥିତି ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ପ୍ରାୟ ୨ କୋଟିର ତିଆରି ହୋଇଥିବା ଏହି ସିନେମା ବକ୍ସ ଅଫିସରେ ଏକ ବଡ ବ୍ଲକବଷ୍ଟର ପ୍ରମାଣିତ ହୋଇଛି । ଏବେ ପର୍ଯ୍ୟନ୍ତ ସିନେମାଟି ୧୨୦ କୋଟିରୁ ଅଧିକ କମାଇ ସାରିଲାଣି । ପ୍ରଥମ ପାର୍ଟର ଶୁଟିଂ ମାତ୍ର ୨୨ ଦିନରେ ଶେଷ ହୋଇଥିଲା। ଏବେ ଫିଲ୍ମର ତୃତୀୟ ଭାଗରେ ଷ୍ଟିଭ୍ ଜବ୍ସ, ମାର୍କ ଜୁକରବର୍ଗ, ଜ୍ୟାକ୍ ଡର୍ସି ଓ ଜୁଲିଆ ରବର୍ଟସଙ୍କ ଭଳି ଅନ୍ତର୍ଜାତୀୟ ନାମ ସହ ନୀମ କରୋଲି ବାବାଙ୍କ ସମ୍ପର୍କ ଓ ପ୍ରଭାବକୁ ମଧ୍ୟ କାହାଣୀରେ ସ୍ଥାନ ମିଳିପାରେ।

Leave A Reply

Your email address will not be published.