ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଗାମୀ ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବେ କି ନାହିଁ ସସ୍ପେନ୍ସ ଲାଗି ରହିଛି । ନିକଟରେ ଏକ ସାକ୍ଷାତକାରରେ ରୋହିତଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା, ସେ କହିଥିଲେ ଏଥିପାଇଁ ଆହୁରି ବହୂତ ସମୟ ରହିଛି । ସେତେବେଳେ କଣ ପରିସ୍ଥିତି ହେଉଛି କହିହେବନି । ରୋହିତଙ୍କ ବୟାନ ଅବଶ୍ୟ ପ୍ରଶଂସକଙ୍କୁ କିଛି ମାତ୍ରାରେ ନିରାଶ କରିଛି । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟରେ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଇ ରୋହିତ ଶର୍ମା ଅକ୍ଟୋବର ୨୦୨୭ ଏବେ ବହୁତ ଦୂର, ସେତେବେଳେ ଦେଖାଯିବ । ୨୦୨୭ ବିଶ୍ୱକପ୍ରେ ନିଜର ଭାଗ ନେବା ନେଇ ସେ ସସ୍ପେନ୍ସ ବଜାୟ ରଖିଛନ୍ତି ।
୨୦୨୪ ଭଳି ପୁଣି ଥରେ ଖୋଲା ବସ୍ରେ ବିଜୟ ପରେଡ୍ କରିବା ପ୍ରଶ୍ନରେ ସେ କହିଛନ୍ତି ଯେ ଏବେ ବସ୍ ପରେଡ୍ ସମ୍ଭବ ହୋଇନପାରେ । ଏହା ସହ ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା ଗେମ୍ ଶୋର ହୋଷ୍ଟ ଭାବେ ସେ ଟିଭି ଡେବ୍ୟୁ କରିବାକୁ ଯାଉଛନ୍ତି । ରୋହିତ ଟି୨୦ ଓ ଟେଷ୍ଟ କ୍ରିକେଟ୍ରୁ ଅବସର ନେସାରିଛନ୍ତି ଏବଂ ଏବେ ସେ କେବଳ ଦିନିକିଆ ଫର୍ମାଟ୍ରେ ଭାରତୀୟ ଦଳ ପାଇଁ ଖେଳୁଛନ୍ତି । ଲର୍ଡସରେ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ରେ ୧୩୮ ରନ୍ର ଶତକୀୟ ପାରି ଖେଳିବା ପରେ, ରୋହିତ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ରେ ମଇଦାନକୁ ଓହ୍ଲାଇବେ ।

