Latest Odisha News

BREAKING NEWS

ପ୍ରବଳ ବର୍ଷା ଆଶଙ୍କା; ମାଲକାନଗିରିରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି ଛୁଟି

ଭୁବନେଶ୍ୱର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଛୁଟି ଘୋଷଣା କରିଛି।

ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଆଜି ଛୁଟି ଘୋଷଣା କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ଜିଲ୍ଲାରେ ଶୁଖିଲା ଖାଦ୍ୟ ମହଜୁଦ୍ ରଖିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାରେ ମୋଟ ୮୦୪ ମିମି ବର୍ଷା ରେକର୍ଡ କରାଯାଇଛି ଏବଂ ହାରାହାରି ବର୍ଷାର ପରିମାଣ ୧୧୪.୮୭ ମିମି ରହିଛି। ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଖଇରପୁଟରେ ୧୪୨ ମିମି, ମାଲକାନଗିରିରେ ୧୩୬ ମିମି ଏବଂ କୋରୁକୋଣ୍ଡାରେ ୧୪୦ ମିମି ବର୍ଷା ହୋଇଛି। ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ଅନେକ ପୋଲଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି। ଫଳସ୍ୱରୂପ ଜାତୀୟ ରାଜପଥ-୩୨୬ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ସହ ଶହ ଶହ ଗାଡ଼ି ଅଟକି ରହିଛି।

Leave A Reply

Your email address will not be published.