Latest Odisha News

BREAKING NEWS

ଏସୀୟ କ୍ରୀଡ଼ା ପୂର୍ବରୁ ବଡ଼ ଖବର: ଦଳରୁ ବାଦ୍ ପଡ଼ିଲେ ଦିବ୍ୟାଂଶୀ ଚୌଧୁରୀ; ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ଦେଲେ ଚାଞ୍ଚଲ୍ୟକର ବୟାନ

ରାଜସ୍ଥାନ: ବାପା-ମାଆ ମୋତେ କ୍ଷମା କରିଦିଅ…ମୁଁ ଜୀବନ ହାରିବାକୁ ଯାଉଛି । ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିବା ପରେ ଭାବବିହ୍ବଳ ହେଲେ ଭାରତୀୟ ଖେଳାଳି, କହିଲେ- ‘ଏହା ମୋର ଶେଷ ଭିଡିଓ’ । ଏସୀୟ କ୍ରୀଡ଼ା ପାଇଁ ଦଳ ଚୟନକୁ ନେଇ ପୁଣି ଥରେ ବଡ଼ ବିବାଦ ସାମ୍ନାକୁ ଆସିଛି। ରାଜସ୍ଥାନର ଉଦୀୟମାନ ୱୁଶୁ ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କୁ ଏସୀୟ କ୍ରୀଡ଼ା ଦଳରୁ ବାଦ୍ ଦିଆଯିବା ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ଭିଡିଓ ଜାରି କରି ଦିବ୍ୟାଂଶୀ ନିଜର ଦୁଃଖ ପ୍ରକାଶ କରିବା ସହ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ଚେତାବନୀ ଦେଇଛନ୍ତି।ଅଭିଯୋଗ କରିଛନ୍ତି ଯେ କଠିନ ପରିଶ୍ରମ, କ୍ରମାଗତ ଭଲ ପ୍ରଦର୍ଶନ ଏବଂ ଯୋଗ୍ୟତା ସତ୍ତ୍ୱେ ତାଙ୍କୁ ଚୟନ ପ୍ରକ୍ରିୟାରେ ପକ୍ଷପାତିତା କରାଯାଇ ଦଳରୁ ବାହାର କରିଦିଆଯାଇଛି। ତାଙ୍କ ବଦଳରେ ଅନ୍ୟ ଜଣେ ଖେଳାଳିଙ୍କୁ ଅନ୍ୟାୟ ଭାବେ ସୁଯୋଗ ଦିଆଯାଇଛି, ଯାହା ତାଙ୍କ କ୍ରୀଡ଼ା ସ୍ବପ୍ନକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

‘ଉଶୁ ଆସୋସିଏସନ୍ ଅଫ୍ ଇଣ୍ଡିଆ’ ଦିବ୍ୟାଂଶୀଙ୍କୁ ବାଦ୍ ଦେବା ପଛରେ ଚୟନ ସମ୍ବନ୍ଧୀୟ କୌଣସି ପକ୍ଷପାତ ଥିବା କଥାକୁ ଅସ୍ୱୀକାର କରିଛି। ସଂଘର ସିଇଓଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ଚିକିତ୍ସାଗତ କାରଣରୁ ନିଆଯାଇଥିଲା।ଦିବ୍ୟାଂଶୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ କ୍ରମାଗତ ଭାବେ ଚାପ ପକାଯାଉଥିଲା; ସେ ପ୍ରଶ୍ନ କରିଛନ୍ତି ଯେ ଟ୍ରାଏଲ୍‌ରେ ରୋଶିବିନାଙ୍କୁ ପରାସ୍ତ କରି ସେ ନିଜ ସ୍ଥାନ ସୁନିଶ୍ଚିତ କରିଥିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ ତାଙ୍କ ଚୟନକୁ ନେଇ କାହିଁକି ପ୍ରଶ୍ନ ଉଠାଗଲା।ଦିବ୍ୟାଂଶୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ କ୍ରୀଡ଼ା ଜଗତରେ ହଇଚଇ ସୃଷ୍ଟି ହୋଇଛି। ଅନେକ ପୂର୍ବତନ ଖେଳାଳି ଏବଂ ପ୍ରଶଂସକ ଏହି ଘଟଣାକୁ ନେଇ କ୍ରୀଡ଼ା ସଂଘର ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଦାବି କରିଛନ୍ତି ଯେ ଖେଳାଳିଙ୍କ ପ୍ରତିଭା ଓ ପରିଶ୍ରମକୁ ସମ୍ମାନ ଦିଆଯିବା ଉଚିତ୍ ଏବଂ ଏପରି ପକ୍ଷପାତିତା ଯୋଗୁଁ ଯୁବ ପ୍ରତିଭାମାନେ ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି।

Leave A Reply

Your email address will not be published.