ଭୁବନେଶ୍ବର: ସହିଦନଗରର ରୁପାଲି ଛକ ନିକଟରେ ଯାତ୍ରା ହେବାର ଥିଲା। ସେଥିପାଇଁ ଟେଣ୍ଟ ବନ୍ଧା ସହ ପୋଷ୍ଟର ମରାଗଲା, ଟିକେଟ ବିକ୍ରି ହେଲା,ଏଥିସହ ଡାକବାଜି ଯନ୍ତ୍ରରେ ଘୋଷଣା ବି କରାଗଲା। ସେପ୍ଟେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସହିଦ ନଗରର ରୁପାଲି ଛକ ନିକଟରେ ଯାତ୍ରା ହୋଇଥାନ୍ତା। କିନ୍ତୁ ଶେଷରେ ଯାତ୍ରା ହେଲାନି। ଫଳରେ’ତୁଳସୀ ଗଣନାଟ୍ୟ’ ବିବାଦ ଘେରକୁ ଆସିଛି । ଏପଟେ ଯାତ୍ରା ପାଇଁ ଟିକେଟ କାଟି ଦର୍ଶକ ହଟହଟା ହୋଇଛନ୍ତି।
ଖବରମୁତାବକ, କିଛି ଦର୍ଶକ ଟିକଟ ଟଙ୍କା ଫେରାଇବା ପାଇଁ କମିଟି ମେମ୍ବରଙ୍କୁ କହିଥିଲେ । କିନ୍ତୁ ଟଙ୍କା ନଫେରାଇବାରୁ ପେଣ୍ଡାଲ ନିକଟରେ ଅନେକ ସମୟ ଧରି ଉତ୍ତେଜନା ଲାଗିରହିଥିଲା। ବହୁ ବାଦ ବିବାଦ ପରେ କମିଟି କିଛି ଦର୍ଶକଙ୍କୁ ଟଙ୍କା ଫେରାଯାଇଥିବାବେଳେ ଆଉ କିଛି ଦର୍ଶକଙ୍କୁ ଟଙ୍କା ଫେରାଇ ନାହାନ୍ତି ।
ସେପଟେ ଏନେଇ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

