Latest Odisha News

BREAKING NEWS

ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ

ନୂଆଦିଲ୍ଲୀ: ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ୨୦୨୭ ପାଇଁ ସମସ୍ତ ଟିମ ଚୂଡାନ୍ତ ହୋଇଛି । ନେପାଳ ଶେଷ ଟିମ ଭାବେ ଯୋଗ୍ୟତା ହାସଲ କରିଛି । ମଲେସିଆର ବାୟୁମାସ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରିମିୟର କପ୍ ୨୦୨୬ ଫାଇନାଲ୍‌ରେ ନେପାଳ କ୍ରିକେଟ୍ ଟିମ୍ ଚମତ୍କାର ପ୍ରଦର୍ଶନ କରି ସଂଯୁକ୍ତ ଆରବ ଏମିରେଟ୍ସକୁ ୪୪ ରନ୍‌ରେ ପରାସ୍ତ କରିଛି । ଓପନିଂ ବ୍ୟାଟର ଆସିଫ୍ ଶେଖ୍‌ଙ୍କ ଦମଦାର ଶତକ ବଳରେ ନେପାଳ ଏହି ଚାମ୍ପିୟନ୍ ଶିରୋପା ହାସଲ କରିଛି । ଏହି ବିଜୟ ସହ ସନ୍ଦୀପ ଲାମିଛାନେଙ୍କ ଅଧିନାୟକତ୍ୱରେ ଖେଳୁଥିବା ନେପାଳ ଦଳ ଆସନ୍ତା ବର୍ଷ ବାଂଲାଦେଶରେ ହେବାକୁ ଥିବା ଏସିଆ କପ୍ ୨୦୨୭ ପାଇଁ ଅଫିସିଆଲି କ୍ୱାଲିଫାଇ କରିଛି ।

ନେପାଳ ଷଷ୍ଠ ତଥା ଶେଷ ଟିମ୍ ଭାବେ ଯୋଗ୍ୟତା ହାସଲ କରିଛି  । ଏଥର ଏସିଆ କପରେ ୬ଟି ଟିମ୍ ଭାଗ ନେବେ । ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଆୟୋଜକ ବାଂଲାଦେଶକୁ ସିଧାସଳଖ ଏଣ୍ଟ୍ରି ମିଳିଛି । ନେପାଳ କ୍ରିକେଟ୍ ଇତିହାସରେ  ଦ୍ୱିତୀୟ ଥର ଏସିଆ କପ୍‌ରେ ଅଂଶଗ୍ରହଣ କରିବ । ଏହାପୂର୍ବରୁ ୨୦୨୩ରେ ନେପାଳ ନିଜର ଏସିଆ କପ୍ ଡେବ୍ୟୁ କରିଥିଲା । ଫାଇନାଲ୍‌ରେ ନେପାଳର ଆସିଫ୍ ଶେଖ୍ ଶତକୀୟ ପାରି (୧୦୨ ରନ୍) ଖେଳି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୩୦ ଅଗଷ୍ଟରୁ ୧୨ ସେପ୍ଟେମ୍ବର ମଧ୍ୟରେ ୧୦ଟି ସହଯୋଗୀ  ଦେଶ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ନେପାଳ, ମଲେସିଆ, କୁୱେତ, ହଂକଂ, ବାହାରିନ୍, ଓମାନ୍, କାତାର, ସାଉଦି ଆରବ ଏବଂ ସିଙ୍ଗାପୁର ଭାଗ ନେଇଥିଲେ ।

Leave A Reply

Your email address will not be published.