Latest Odisha News

BREAKING NEWS

National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ

ଭୁବନେଶ୍ୱର:ଲୋକ ଅଦାଲତରେ ସମୁଦାୟ ୮୩ ହଜାର ୬୧ଟି ମାମଲା ଆଗତ କରାଯାଇ ଅନୁ୍ୟନ ୬୨ ହଜାର ୪୮୭ଟି ମାମଲାର ଫଇସଲା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ସୂଚନାଥାଉକି,ସର୍ବମୋଟ ୨୮ କୋଟି ୮୫ ଲକ୍ଷ ୧୦ ହଜାର ୯୭୮ ଟଙ୍କା ରାଜସ୍ୱ/ଫୌଜଦାରୀ/ବ୍ୟାଙ୍କ ଋଣ ଅନାଦେୟ ରାଶି ଇତ୍ୟାଦି ରାଜିନାମା ସ୍ଥିରୀକୃତ ହୋଇଥିଲା।

ସେହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିରଞ୍ଚି ନାରାୟଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ ହୋଇ ରେକର୍ଡ ସଂଖ୍ୟକ ମାମଲାର ଫଇସଲା ହୋଇଥିଲା।

ଏହାର ସାମଗ୍ରିକ ସଫଳତା ପାଇଁ ପ୍ରାଧିକରଣଙ୍କ ସଚିବ ସଲୋମି ସାହୁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ବ୍ୟାଙ୍କ, ବୀମା, ଟେଲିଫୋନ୍‌, ରାଜସ୍ୱ ପଦାଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ପରବର୍ତ୍ତୀ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଡିସେମ୍ବେର ୧୨ ତାରିଖ ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ ଅନୁରୋଧ କରିଥିଲେ। ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.