Latest Odisha News

BREAKING NEWS

Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ ଗିରଫ

ଜଗତସିଂହପୁର: ଡ୍ରଗ୍ସ ମାଫିଆ ପୋଲିସ ଉପରକୁ ଗାଡ଼ି ଚଢ଼ାଇଦେଲେ । ଗାଡ଼ି ଖାନତଲାସ ବେଳେ କାର୍‌ ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଡ୍ରଗ୍ସ ମାଫିଆ ଜଗତସିଂହପୁର ସଦର ପୋଲିସ ଉପରକୁ ଗାଡ଼ି ଚଢ଼ାଇ ଦେଇଛନ୍ତି । ପୋଲିସ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଏଥିରେ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣା ପରେ ପୋଲିସ ଭିକି ପରିଜା ଓ ଜ୍ୟାକି ପରିଜା ନାମକ ଦୁଇଜଣ କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି। ମାମଲାରେ ଅନ୍ୟ ୩ ଫେରାର ଅଛନ୍ତି।

ପ୍ରାୟ ଏକ ବର୍ଷ ପୂର୍ବେ ଏହି ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୩ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.