ହୁଲୁନବୁଇ: ଚୀନ୍ର ହୁଲୁନବୁଇରଠାରେ ଖେଳାଯାଇଥିବା ଏଏଚ୍ଏଫ୍ ମହିଳା ଜୁନିୟର ଏସିଆ କପ୍ ୨୦୨୬ ଫାଇନାଲରେ ଭାରତୀୟ ଜୁନିୟର ମହିଳା ହକି ଟିମ୍ ଘରୋଇ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ କ୍ରମାଗତ ତୃତୀୟ ଥର ପାଇଁ ଏସିଆ କପ୍ ଜିତି ହାଟ୍ରିକ ପୂରଣ କରିବା ସହ ଆଗାମୀ ଏଫ୍ଆଇଏଚ୍ ଜୁନିୟର ମହିଳା ହକି ୱାର୍ଲ୍ଡ କପ୍ ପାଇଁ ନିଜର ସ୍ଥାନ ପକ୍କା କରିଛି ।ସାନିକା ଚନ୍ଦ୍ରକାନ୍ତ ମାନେଙ୍କ ନିର୍ଣ୍ଣାୟକ ଗୋଲଫାଇନାଲ ମ୍ୟାଚର ଦ୍ୱିତୀୟ କ୍ୱାର୍ଟର (୧୭ତମ ମିନିଟ୍)ରେ ଭାରତୀୟ ଷ୍ଟ୍ରାଇକର ସାନିକା ଚନ୍ଦ୍ରକାନ୍ତ ମାନେ ଏକ ଶାନ୍ଦାର ଫିଲ୍ଡ ଗୋଲ ଦେଇଥିଲେ । ଏହି ଗୋଲ୍ଟି ମ୍ୟାଚ୍ର ଏକମାତ୍ର ଓ ନିର୍ଣ୍ଣାୟକ ଗୋଲ ସାବ୍ୟସ୍ତ ହୋଇଥିଲା ।
ଏହାପରେ ଚୀନ୍ ଟିମ୍ ବରାବର କରିବାକୁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ଓ ଗୋଲକିପର ସେଗୁଡ଼ିକୁ ବିଫଳ କରିଦେଇଥିଲେ । ହକି ଇଣ୍ଡିଆ ପକ୍ଷରୁ ନଗଦ ପୁରସ୍କାର ଘୋଷଣା କରାଯାଇଛି ପ୍ରତ୍ୟେକ ଖେଳାଳି ୩,୦୦,୦୦୦ ପ୍ରତ୍ୟେକ ସପୋର୍ଟ ଷ୍ଟାଫ ୧,୫୦,୦୦୦ ଟଙ୍କା ଏ ବାବଦକୁ ପାଇବେ । ଭାରତୀୟ ଟିମ୍ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ଗୋଟିଏ ହେଲେ ମ୍ୟାଚ୍ ନ ହାରି ଅପରାଜେୟ ରହି ଶୀର୍ଷରେ ପହଞ୍ଚିଥିଲା ।ଟୁର୍ନାମେଣ୍ଟର ଗ୍ରୁପ୍ ପର୍ୟ୍ୟାୟରେ ଭାରତ ମାଲେସିଆକୁ ୧୧-୧, ଜାପାନକୁ ୭-୦ ଏବଂ ନକଆଉଟ୍ ପର୍ୟ୍ୟାୟରେ ପାକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରିଥିଲା । ସେମିଫାଇନାଲରେ ଭାରତୀୟ ଟିମ୍ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

