Latest Odisha News

BREAKING NEWS

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଟି୨୦ରେ ଭାରତର ସହଜ ବିଜୟ

ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ  ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍ ଆଫଗାନିସ୍ତାନକୁ ସହଜରେ ପରାସ୍ତ କରି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି । ୧୫୭ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ଓପନର୍ ଅଭିଷେକ ଶର୍ମା ମାତ୍ର ୩୨ ବଲ୍‌ରୁ ୭ଟି ଚୌକା ଓ ୭ଟି ଛକା ସହାୟତାରେ ୮୨ ରନ୍‌ର ଧୁଆଁଧାର ପାରୀ ଖେଳି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।  ଈଶାନ କିଶାନ ୩୩ ବଲରେ ୪୨ ରନ କରିଥିଲେ । ଶ୍ରେୟାଶ ଆୟାର ୮ ଓ ତିଳକ ବର୍ମା ୩ରନ କରି ଅପରାଜିତ ରହିଥିଲେ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଅଜମତୁଲ୍ଲା ଓମରଜାଇ ଅପରାଜିତ ୬୪ ରନ୍ (୪୪ ବଲ୍) ଏବଂ ମହମ୍ମଦ ନବୀ ୩୩ ରନ୍ କରିଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ୧-୧ଟି ୱିକେଟ୍ ସଫଳତା ପାଇଥିଲେ ।  ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଆୟୋଜକ ଆଫଗାନିସ୍ତାନ, କିନ୍ତୁ ସୁରକ୍ଷା ଓ ଅନ୍ୟାନ୍ୟ କାରଣରୁ ଏହାର ସମସ୍ତ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି । ଭାରତୀୟ ଦଳର ନେତୃତ୍ୱ ଶ୍ରେୟସ ଆୟର ନେଉଥିବା ବେଳେ ଆଫଗାନିସ୍ତାନ ଦଳର କପ୍ତାନୀ ଇବ୍ରାହିମ୍ ଜାଦ୍ରାନ୍ କରୁଛନ୍ତି । ବିଶ୍ରାମ ପରେ ଷ୍ଟାର୍ ଦ୍ରୁତ ବୋଲର୍ ଯଶପ୍ରୀତ ବୁମରା ଏହି ସିରିଜ୍‌ରୁ ଟି୨୦ ଟିମ୍‌କୁ ଫେରିଛନ୍ତି ।

ସଂକ୍ଷିପ୍ତ ସ୍କୋରକାର୍ଡ: ଆଫଗାନିସ୍ତାନ୧୫୬/୮ (୨୦ ଓଭର), ଅଜମତୁଲ୍ଲା ଓମରଜାଇ (୬୪), ଅର୍ଶଦୀପ ସିଂହ (୩/୧୯), ଭାରତ୧୫୭/୩ (୧୩.୪ ଓଭର)-ଅଭିଷେକ ଶର୍ମା (୮୨), ଇଶାନ କିଷନ୍ (୪୨) ।

Leave A Reply

Your email address will not be published.