Latest Odisha News

BREAKING NEWS

I Am Sorry.. ମୁଁ ଜାଣିନଥିଲି ସେ ଜଣେ ମହିଳା ବାଇକର: ଭୁଲ ମାଗିଲା ମୁଖ୍ୟ ଅଭିଯୁକ୍ତ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବିଚ୍‌ ରାସ୍ତାରେ ମଦୁଆ ଡ୍ରାଇଭରଙ୍କ ଦାଦାଗିରି। ମଦ ପିଇ ଗାଡ଼ି ଚଳାଉଥିବା ଦାମୀ ଗାଡ଼ିର ଡ୍ରାଇଭର ଘଟାଇଛନ୍ତି ଜଘନ୍ୟକାଣ୍ଡ। ଜଣେ ମହିଳା ବାଇକରଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରିଲା କାର। ରାସ୍ତା ଉପରେ ଘଷି ହୋଇ ବାଇକରୁ ଚକ୍ ଚକ୍ ଉଠିଲା ନିଆଁ। ଜାଣିଶୁଣି ଦୁର୍ଘଟଣା ଘଟାଇ ଖସିଗଲା କାର୍ ଡ୍ରାଇଭର୍। ହରିୟାଣାର ଗୁରୁଗ୍ରାମରେ ଏହି ମହିଳା ବାଇକରଙ୍କୁ କାର୍‌ରେ ଧକ୍କା ଦେବା ଏବଂ ଘଟଣା ପରେ ଚାଳକ ଫେରାର ହୋଇଯିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏହି ଘଟଣାକୁ ନେଇ ଗୁରୁଗ୍ରାମ ପୋଲିସ କଲ୍ୟାଣ ବୈଂସଲାଙ୍କ ବିରୋଧରେ FIR ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘଟଣାର ଏକ ଭିଡିଓ ମହିଳା ବାଇକର ନିଜେ ସୋସିଆଲ ମିଡିଆରେ ସେୟାର କରିବା ପରେ ମାମଲାଟି ଅଧିକ ଚର୍ଚ୍ଚାକୁ ଆସିଛି। ଭିଡିଓରେ ଏକ କାର୍‌ ମହିଳା ବାଇକରଙ୍କୁ ପିଛା କରୁଥିବା ଏବଂ ତାଙ୍କୁ ହଇରାଣ କରୁଥିବା ଦେଖାଯାଉଥିବା ଦାବି କରାଯାଇଛି। ପରେ କାର୍‌ଟି ଡାହାଣ ପଟକୁ ମୋଡ଼ି ମହିଳାଙ୍କ ବାଇକ୍‌କୁ ଧକ୍କା ଦେଇଥିବା ଭିଡିଓରେ ଦେଖାଯାଉଛି। ଧକ୍କା ପରେ ମହିଳା ବାଇକର ରାସ୍ତାରେ ପଡ଼ିଯିବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିବା ଦାବି କରାଯାଇଛି। ଏହି ଘଟଣାରେ ମହିଳାଙ୍କୁ ଆଘାତ ମଧ୍ୟ ଲାଗିଛି। ଘଟଣା ପରେ ତାଙ୍କ ସହ ଥିବା ଅନ୍ୟ ଜଣେ ବାଇକ୍‌ ଚାଳକ କାର୍‌କୁ ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲେ।

ଅନ୍ୟପଟେ FIR ପରେ ଅଭିଯୁକ୍ତ କଲ୍ୟାଣ ବୈଂସଲାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ମଧ୍ୟ ଚର୍ଚ୍ଚାରେ ରହିଛି। କଲ୍ୟାଣ ସୋମବାର ଦିନ ଦାବି କରିଛନ୍ତି ଯେ ସେ ଜାଣି ନଥିଲେ ଯେ ଜଣେ ମହିଳା ମୋଟରସାଇକେଲ ଚଲାଉନ୍ତି। ଇଣ୍ଡିଆ ଟୁଡେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଅନୁଯାୟୀ, ଘଟଣା ଘଟିବା ସମୟରେ ଅଭିଯୁକ୍ତ ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରକୁ ଯାଉଥିଲେ। ସେ ଦାବି କରିଛନ୍ତି ଯେ ଦୁଇ ଜଣ ବାଇକ୍ ଚାଳକ ତାଙ୍କୁ ପାର୍ଶ୍ୱରୁ ବାରମ୍ବାର ଓଭରଟେକ୍ କରିଥିଲେ। ବାଇକ୍ ଚାଳକ ତାଙ୍କ କାର ଆଗକୁ ବାରମ୍ବାର ଓଭରଟେକ କରୁଥିଲେ ଏବଂ ତା’ପରେ ପୁଣି ଗାଡି ବେଗ କମାଉଥିଲେ। “ମୁଁ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଧକ୍କା ଦେଇ ନଥିଲି ବୋଲି କହି କଲ୍ୟାଣ ବୈଂସଲା ଆହତ ମହିଳା ଚାଳକଙ୍କୁ କ୍ଷମା ମାଗିଛନ୍ତି।

କଲ୍ୟାଣ ବୈଂସଲା ମଧ୍ୟ ଥାନାରେ ମାମଲା ରୁଜୁ କରିଛନ୍ତି। ସେ ଦାବି କରିଛନ୍ତି ଯେ ଭିଡିଓରେ ସମ୍ପୂର୍ଣ୍ଣ ସତ ଦେଖାଯାଇ ନାହିଁ। ସେମାନେ ବାରମ୍ବାର ମୋ ସାମ୍ନାକୁ ଆସୁଥିଲେ ଏବଂ ତା’ପରେ ବାଇକ୍‌ର ଗତି କମାଉଥିଲେ। ସେ ରିପୋର୍ଟରଙ୍କୁ CCTV ଫୁଟେଜ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଭୁଲ ବଶତଃ ବାଇକୁ ଧକ୍କା ହୋଇଥିଲା। ମୁଁ ସ୍ୱୀକାର କରୁଛି ଯେ ମୁଁ ଭୁଲ କରିଛି। ମୁଁ ଦୁଃଖିତ ଯେ ଏକ ଭୁଲ ହୋଇଛି। ମୁଁ ଜାଣି ନଥିଲି ଯେ ବାଇକଟି ଜଣେ ମହିଳା ଚଲାଉଛନ୍ତି।

Leave A Reply

Your email address will not be published.