Latest Odisha News

ପ୍ରେମିକା ଘର ଆଗରେ ଜଳିଗଲା ପ୍ରେମିକ…

ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟ ଯୁବକଙ୍କୁ କେହି ତାଙ୍କ ପ୍ରେମିକାଙ୍କ ଘର ବାରଣ୍ଡାରେ ଜାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକ ଜଣକ ବାବରାକୋଟ ଗ୍ରାମର ସିଲୁ ରାୟ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ସିଲୁ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ଝିଅର ପରିବାର ସଦସ୍ୟମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ଘର ବାରଣ୍ଡାରେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସନ୍ଦେହ କରାଯାଉଛି ଯେ ଝିଅର ପରିବାର ଲୋକେ ଏହି ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥିଲେ। ଯଦିଓ ଏହି ବର୍ବର ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଅପରପକ୍ଷରେ ପ୍ରେମିକା ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ।

Leave A Reply

Your email address will not be published.