Latest Odisha News

BREAKING NEWS

୧କୋଟି ଲେଖାଏଁ ୪କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୪ ଓଡ଼ିଆ ଝିଅ ଜିତିଲେ ହକି ରୌପ୍ୟ

ଭୁବନେଶ୍ୱର: ସାରା ଭାରତରେ ଓଡ଼ିଶା ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ ନେବାକୁ ଯାଉଛି । ଆଗକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ହକି ମହାକୁମ୍ଭ ବିଶ୍ୱକପ ହକି ଆୟୋଜନ କରୁଥିବା ବେଳେ ଏସୀୟ କ୍ରୀଡ଼ାରେ ଏକାଧିକ ଓଡ଼ିଆ ଭାରତ ତଥା ଓଡ଼ିଶାକୁ ପଦକ ଜିତାଇ ଗୌରବାନ୍ୱିତ କରିିଛନ୍ତି ।

ଦୂତି ଚାନ୍ଦ ଦୁଇ ଦୁଇଟି ରୌପ୍ୟ ହାସଲ କରିବା ପରେ ମୁଖ୍ୟ ମନ୍ତ୍ରୀ ୩କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲେ । ଏବେ ୪ କୋଟି ଟଙ୍କା ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜୟିନୀ ୪ ଜଣ ଓଡ଼ିଆ ଝିଅଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ।

କେବଳ ଯେଉଁ ଖେଳାଳିମାନେ ସଫଳତା ହାସଲ କରିଛନ୍ତି ତାହା ନୁହେଁ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କର କୋଚମାନଙ୍କୁ ପୁରସ୍କୃତ କରାଯିବ ବୋଲି ଶନିବାର ଦିନ ଘୋଷଣା କରିଛନ୍ତି । ୨୦ ବର୍ଷ ପରେ ଭାରତୀୟ ମହିଳା ଦଳ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଏସୀୟ କ୍ରୀଡ଼ାରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରି ୪ ଜଣ ଓଡ଼ିଆ ଝିଅ ରୌପ୍ୟ ପଦକ ହାସଲ କରିଛନ୍ତି । ସେମାନେ ହେଲେ ଦୀପ୍ ଗ୍ରେସ ଏକ୍କା, ସୁନୀତା ଲାକ୍ରା, ଲିଲିମା ମିଞ୍ଜ ଓ ଲିଲିମା ମିଞ୍ଜ । ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଲେଖାଏଁ ସମୁଦାୟ ୪କୋଟି ଟଙ୍କାର ପୁରସ୍କାର ରାଶି ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Leave A Reply

Your email address will not be published.