Latest Odisha News

BREAKING NEWS

୧୯ ବର୍ଷରୁ କମ କ୍ରିକେଟ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ରାଜକୋଟ: ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ୟୁଥ୍ ୱାନଡେ ମ୍ୟାଚରେ ଭାରତୀୟ ଅଣ୍ଡର-୧୯ ଟିମ୍ ଅଷ୍ଟ୍ରେଲିଆ ଅଣ୍ଡର-୧୯କୁ ୭ ରନରେ ପରାସ୍ତ କରିଛି । ବର୍ଷା ଯୋଗୁଁ ଏହି ମ୍ୟାଚକୁ ୨୦-୨୦ ଓଭର ବିଶିଷ୍ଟ କରାଯାଇଥିଲା । ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ  ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ।  ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର‌୍ୟ୍ୟବୀର ଅଣ୍ଡର-୧୯ ଟିମରେ ଡେବ୍ୟୁ କରି ଓପନିଂ କରିବାକୁ ଓହ୍ଲାଇଥିଲେ । ସେ ୨୬ ବଲରୁ ୫ଟି ଚୌକା ସହ ୨୮ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଡେବ୍ୟୁ ମ୍ୟାଚ୍ ଦେଖିବା ପାଇଁ ବୀରେନ୍ଦ୍ର ସେହୱାଗ ନିଜେ ଷ୍ଟାଡିୟମରେ ଉପସ୍ଥିତ ଥିଲେ ।

ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ୱୟ ଦ୍ରାବିଡ଼ ମାତ୍ର ୧୮ ବଲରେ ୨ଟି ଚୌକା ଓ ୩ଟି ଛକା ସହ ୩୮ ରନର ଏକ ଧୂଆଁଧାର ପାରି ଖେଳିଥିଲେ (ଷ୍ଟ୍ରାଇକ୍ ରେଟ୍ ୨୧୧.୧୧) । ୟଶବର୍ଦ୍ଧନ ଚୌହାନ ୩୪ ବଲରୁ ୫ଟି ଚୌକା ଓ ୨ଟି ଛକା ବଳରେ ୫୪ ରନ୍ ସଂଗ୍ରହ କରିଥିଲେ । ବ୍ୟାଟିଂ ସହ ସେ ବୋଲିଂରେ ମଧ୍ୟ ୨ଟି ୱିକେଟ୍ ନେଇଥିଲେ ।  ୧୮୩ ରନର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଟିମ୍ ଆକ୍ରାମାତ୍ମକ ଆରମ୍ଭ କରିଥିଲା । ଶେଷ ୭ ବଲରୁ ସେମାନଙ୍କୁ ଜିତିବା ପାଇଁ ୧୨ ରନ୍ ଆବଶ୍ୟକ ଥିବା ବେଳେ ଭାରତୀୟ ବୋଲରମାନେ  ଅଷ୍ଟ୍ରେଲିଆକୁ ୧୭୫/୭ ରନରେ ଅଟକାଇ ଦେଇଥିଲେ ।

ସଂକ୍ଷିପ୍ତ ସ୍କୋରବୋର୍ଡ: ଭାରତ : ୨୦ ଓଭରରେ ୧୮୨/୬ (ୟଶବର୍ଦ୍ଧନ ୫୪, ଅନ୍ୱୟ ୩୮, ଆର‌୍ୟ୍ୟବୀର ୨୮) ଅଷ୍ଟ୍ରେଲିଆ : ୨୦ ଓଭରରେ ୧୭୫/୭ (ଜ୍ୟାକ୍ କୋଜନସେକ୍ ୫୫, ନୀଲ୍ ପଟେଲ୍ ୪୫, ହେଡନ୍ ୪୦)

Leave A Reply

Your email address will not be published.