Latest Odisha News

BREAKING NEWS

ରାୟଗଡ଼ାର ବିଦ୍ୟାଳୟରେ ଜଣ୍ଡିସ୍‌ ଆକ୍ରାନ୍ତ, ୨୦ ଛାତ୍ରୀ ଅସୁସ୍ଥ

ରାୟଗଡ଼ା: ରାୟଗଡ଼ାର ରୋବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ୨୦ରୁ ଅଧିକ ଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଯାହା ଫଳରେ ପ୍ରାୟ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି।

ପ୍ରଥମେ କିଛି ଛାତ୍ରୀଙ୍କ ଠାରେ ରୋଗର ଲକ୍ଷଣ ଦେଖାଦେବା ପରେ ବିଦ୍ୟାଳୟରେ ଜଣ୍ଡିସ୍‌ର ଭୟ ସୃଷ୍ଟି ହୋଇଥିଲା। ଏହି ସମୟରେ ରୋଗ ବ୍ୟାପିବା ନେଇ ଚିନ୍ତା ବଢ଼ିବାରୁ ପ୍ରାୟ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଥିଲେ। ଅନ୍ୟ ଜଣେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରୋଗର ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଦ୍ୟାଳୟ ହଷ୍ଟେଲରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଆକ୍ରାନ୍ତ ଛାତ୍ରୀମାନଙ୍କର ଚିକିତ୍ସା କରୁଛନ୍ତି ଏବଂ ପରିସ୍ଥିତିର ସମୀକ୍ଷା କରୁଥିବା ଜଣାପଡ଼ିଛି।

 

Leave A Reply

Your email address will not be published.