ଚେନ୍ନାଇ: ନାନୀ ଓରଫ୍ ନବୀନ ବାବୁ । ଭାରତୀୟ ସିନେମା ଜଗତରେ ଏକ ଜଣାଶୁଣା ନାଁ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ସୁନ୍ଦର ଅଭିନେତା ଓ ପ୍ରୟୋଜକ ଭାବେ ସେ ଖୁବ୍ ଫେମସ୍ । ଜଣେ ହାଇଏଷ୍ଟ ପେଡ୍ ଅଭିନେତା ଭାବେ ସବୁଠାରୁ ଅଧିକ ଲୋକପ୍ରୀୟ ଆର୍ଟିଷ୍ଟ ଭାବେ ସେ ଖୁବ୍ ପରିଚିତ । ହେଲେ ଏଇ କିଛିଦିନ ହେବ ତାଙ୍କର ଏକ ବିବାଦୀୟ ବୟାନକୁ ନେଇ ସିନେମା ଜଗତରେ ଭାରି ଭରକମ୍ ପ୍ରତିକ୍ରିୟା ପ୍ରକାଶ ପାଇଛିା ନିକଟରେ ନାନି ତାଙ୍କର ଏକ ତେଲୁଗୁ ଫିଲ୍ମର ପ୍ରମୋସନରେ ୟାଇଥିଲେ । ସେଠାରେ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ ହେଉଛି ମୋ ଘର ପରିବାର ପରି । ତେଣୁ ତାମିଲ ସିନେମା ତାଙ୍କ ପାଇଁ ବାଇବେଲ୍ ସଦୃଶ ବୋଲି କହିଲେ । ୟାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛିା କିଛି ପ୍ରଶଂସକ ଏହି ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟେ, ଜଣେ ପ୍ରମୁଖ ତେଲୁଗୁ ଅଭିନେତା କାହିଁକି ନିଜ ଫିଲ୍ମ ପ୍ରମୋସନ୍ ବେଳେ ଅନ୍ୟ ଏକ ଚଳଚିତ୍ର ଶିଳ୍ପକୁ ଏତେ ଉଚ୍ଚ ସ୍ଥାନ ଦେଲେ ? କମଲ୍ ହାସନ, ମଣୀ ରତ୍ନମ୍, ଭାଗ୍ୟରାଜା ଓ ଭାରତୀରାଜାଙ୍କ ପରି ଦିଗ୍ଗଜ ବ୍ୟକ୍ତିତ୍ୱଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ତାମିଲ ସିନେମା ତାଙ୍କୁ ତାଙ୍କ ଘର ପରି ଅନୁଭବ ହୁଏ ବୋଲି କହିଥିଲେ । ତାପରେ ବି ତାମିଲ୍ ସିନେମାକୁ ବାଇବଲ୍ ସହ ତୁଳନା କରିବା ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛିା ଅନେକ ମିମ୍ ପେଜ୍ ଏବଂ ଆଂଚଳିକ ଚଳଚିତ୍ର ସମ୍ବନ୍ଧୀୟ ସୋସିଆଲ ମିଡିଆ ଆକାଉଣ୍ଟ ନାନିଙ୍କ ଏହି ମନ୍ତବ୍ୟର ସମାଲୋଚନା କରିଛନ୍ତି । କେତେକ ଏହାକୁ ଅତ୍ୟଧିକ କିମ୍ବା ଅନାବଶ୍ୟକ ଆଞ୍ଚଳିକ ତୋଷାମୋଦ ବୋଲି ବର୍ଣ୍ଣନା କରିଛନ୍ତି । ସମାଲୋଚକମାନେ ୟୁକ୍ତି କରିଛନ୍ତି ୟେ, ଏକ ସମ୍ପୂଣ୍ଣ ର୍ ଚଳଚିତ୍ର ଶିଳ୍ପକୁ ଏକ ପବିତ୍ର ଗ୍ରନ୍ଥ ସହ ତୁଳନା କରିବା ଏକ ଅନାବଶ୍ୟକ ଅତିରଞ୍ଜିତ ଥିଲା । ନାନିଙ୍କ ଏହି ମନ୍ତବ୍ୟ ତାମିଲ ସିନେମା ପ୍ରତି ତାଙ୍କ ସ୍ନେହ ଭଲପାଇବା ପରି ମନେ ହୁଏ । ଚେନ୍ନାଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ନାନିଙ୍କ ମନ୍ତବ୍ୟ ଖୁବ୍ ଚର୍ଚ୍ଚା ସାଉଁଟିଛି । ୟଦିଓ ନାନୀଙ୍କ ଉଦ୍ଦେଶ୍ୟ ତାମିଲ ସିନେମା ପ୍ରତି ନିଜର ଗଭୀର ସମ୍ମାନ ପ୍ରଦର୍ଶନ କରିବା ଥିଲା, ତଥାପି ତୁଳନା ପାଇଁ ବ୍ୟବହୃତ ଉପମା ସୋସିଆଲ ମିଡିଆର ଏକ ବର୍ଗଙ୍କୁ ପସନ୍ଦ ଆସିନି । ତାଛଡା, ଏକ ପବିତ୍ର ଗନ୍ଥକୁ ସିନେମା ଶିଳ୍ପ ସହ ତୁଳନା କରିବା କେତେଦୂର ଠିକ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ନାନି ଦୁଇଟି ନନ୍ଦି ପୁରସ୍କାର, ତିନୋଟି ସାଉଥ୍ ଫିଲ୍ମଫେୟାର ପୁରସ୍କାର, ୪ଟି ସୀମା ପୁରସ୍କାର ସହ ଅନେକ ସମ୍ମାନ ଜନକ ପୁରସ୍କାର ପାଇଛନ୍ତି ।
BREAKING NEWS
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର
- ଏସବୁ କଲେଜରେ ନିର୍ବାଚନ ବାତିଲ; ସୁରକ୍ଷା ଦୃଷ୍ଟିକୋଣରୁ…
- Pakistan Split Plan: ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିବାକୁ ଆସିମ୍ ମୁନିରଙ୍କ ଯୋଜନା! ୪ ପ୍ରଦେଶ ଭାଙ୍ଗି ହେବ ୧୫ ରାଜ୍ୟ? ପଞ୍ଜାବ, ସିନ୍ଧ ଉପରେ ନଜର…
- କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧା
- ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଆସନ୍ତା ବର୍ଷଠାରୁ ଲାଗୁ ହୋଇପାରେ ଏମ୍ଡ଼ିଆର୍

Comments are closed.