Latest Odisha News

BREAKING NEWS

Ukraine fires drones: ରୁଷ ଉପରେ ବଡ଼ ଧରଣର ଆକ୍ରମଣ; ୧,୦୦୦ରୁ ଅଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ

ନୂଆଦିଲ୍ଲୀ:ୟୁକ୍ରେନ୍ ଋଷ ଉପରକୁ ୧,୦୦୦ରୁ ଅଧିକ ଡ୍ରୋନ୍ ନିକ୍ଷେପ କରିଛି। ଋଷୀୟ ଅଧିକାରୀଙ୍କ ତଥ୍ୟ ଉପରେ ଆଧାରିତ ‘ଆସୋସିଏଟେଡ୍ ପ୍ରେସ୍’ (AP)ର ଏକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ମସ୍କୋକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା; ରାଜଧାନୀ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ମଧ୍ୟରେ ଏହାକୁ ଅନ୍ୟତମ ବୃହତ୍ତମ ଆକ୍ରମଣ ।

ଋଷିଆରେ ସଂସଦୀୟ ନିର୍ବାଚନର ତୃତୀୟ ତଥା ଅନ୍ତିମ ଦିନରେ ଏହି ଆକ୍ରମଣ ହୋଇଥିଲା। ମସ୍କୋର ମେୟର ସର୍ଗେଇ ସୋବ୍ୟାନିନ୍ ଏହାକୁ ରାଜଧାନୀ ଉପରେ ହୋଇଥିବା ସର୍ବବୃହତ ଡ୍ରୋନ୍ ଆକ୍ରମଣ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ଆକ୍ରମଣରେ ମସ୍କୋର ତେଲ ବିଶୋଧନାଗାର ଏବଂ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି।

ମସ୍କୋ ଅଞ୍ଚଳର ଗଭର୍ଣ୍ଣର ଆନ୍ଦ୍ରେ ଭୋରୋବିଓଭଙ୍କ ଅନୁଯାୟୀ, ଡ୍ରୋନ୍ ଆକ୍ରମଣରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୪ ବର୍ଷୀୟ ପୁରୁଷ ଓ ଜଣେ ୪୪ ବର୍ଷୀୟା ମହିଳା ରହିଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ ମିଡିଆରେ କହିଛନ୍ତି ଯେ ଆକ୍ରମଣରେ ୟୁକ୍ରେନୀୟ ନିର୍ମିତ ଫ୍ଲେମିଙ୍ଗୋ ଏବଂ ପେଲିକାନ କ୍ଷେପଣାସ୍ତ୍ର ସମେତ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରାଯାଇଥିଲା। ତାଙ୍କ ଅନୁଯାୟୀ, ଟାର୍ଗେଟଗୁଡ଼ିକ ତେଲ ଏବଂ ଲଜିଷ୍ଟିକ୍ସ ସହିତ ଜଡିତ ସୁବିଧା ଥିଲା। ଜେଲେନସ୍କି କହିଛନ୍ତି ଯେ ଏହି ଆକ୍ରମଣର ଲକ୍ଷ୍ୟ ହେଉଛି ରୁଷର ଯୁଦ୍ଧ ଯନ୍ତ୍ରକୁ ଆର୍ଥିକ କ୍ଷତି ପହଞ୍ଚାଇବା।

ଏପଟେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସେନା ଦେଶବ୍ୟାପୀ ୧,୧୦୦ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦେଇଛି। ମନ୍ତ୍ରଣାଳୟ ଅନୁଯାୟୀ, ଏଥିରେ କ୍ରିମିଆ ଏବଂ Black Seaଉପରେ ଉଡ଼ୁଥିବା ଡ୍ରୋନ୍‌ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ।

ମସ୍କୋର ମେୟର ସର୍ଗେଇ ସୋବ୍ୟାନିନ୍ କହିଛନ୍ତି ଯେ ଋଷର ରାଜଧାନୀ ଆଡ଼କୁ ମୁହାଁଉଥିବା ୪୫୦ଟି ଡ୍ରୋନ୍‌କୁ ନଷ୍ଟ କରାଯାଇଛି ଏବଂ ଏହି ଆକ୍ରମଣରେ ମସ୍କୋ ତୈଳ ବିଶୋଧନାଗାର ଓ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ସେ ମସ୍କୋ ଉପରେ ହୋଇଥିବା ଏହି ଆକ୍ରମଣକୁ ନିର୍ବାଚନରେ ​​ବାଧା ସୃଷ୍ଟି କରିବାର ଏକ ପ୍ରୟାସ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଶତ୍ରୁ ଏଥିରେ ବିଫଳ ହୋଇଛି।”

Comments are closed.