ମୁମ୍ବାଇ: ପଂଚତାରକା ହୋଟେଲରେ ରହିଥାଏ ହାଇକ୍ଲାସ୍ ସ୍ୱଚ୍ଛତା ଓ ସୁସ୍ୱାଦୁ ଖାଦ୍ୟ । ୟାହା ଧନୀ ହେଉ କି ଗରିବ ସମସ୍ତଙ୍କୁ ଆକୃଷ୍ଟ କରେ । ଆଜି ଦେଖିବା ସେହି ପଂଚତାରକା ହୋଟେଲରେ ସ୍ୱଚ୍ଛତାର ସ୍ୱଚ୍ଛ ଛବି । ମୁମ୍ବାଇସ୍ଥିତ ରୋମାନୋ ନାମକ ଏକ ପଂଚତାରକା ହୋଟେଲରେ ଡିନର୍ ଟେବୁଲରେ ଚାଲିଲା ଅସରପା । ତାପୁଣି ଜଣେ ଜଣାଶୁଣା ଡାକ୍ତରଙ୍କ ଖାଇବା ଟେବୁଲ୍ ଉପରେ । ଆଜ୍ଞା ହଁ, ଔଡ ମାରିଅଟ୍ରେ ହୃଦରୋଗ ବିଶେଷଜ୍ଞ ଥିବା ଡକ୍ଟର ଅଶୋକ ସେଠ୍ ରାତ୍ରୀଭୋଜନ ପାଇଁ ନିଜ ସାଙ୍ଗମାନଙ୍କ ସହ ସେହି ରେସ୍ତୋରାଂକୁ ୟାଇଥିଲେ । ହେଲେ ଖାଇବା ଆରମ୍ଭ ହେବା ବେଳକୁ ଟେବୁଲ ଉପରେ ଇତସ୍ତତ ହୋଇ ଘୁରିବୁଲିବା ଆରମ୍ଭ କଲା ଗୋଟେ ଛୋଟ ଅସରପା ୟାହାକୁ ଡାକ୍ତର ଅଶୋକ ମଜାରେ ରୋଚି ବୋଲି କହୁଛନ୍ତି । ଜଣେ ମଣିଷ ହିସାବରେ ସେହି ଘଟଣାକୁ ହସମଜାକର ନେଇ ରୋଚି ତାଙ୍କ ସହ ଡିନର କରିବାକୁ ଆସିଛି ବୋଲି କହିଥିଲେ । ହେଲେ ଡାକ୍ତର ହିସାବରେ ଏବଂ ଜଣେ ସ୍ୱାସ୍ଥ୍ୟ ସଚେତକ ହିସାବରେ କିନ୍ତୁ ସେ ଡିନର୍ ଶେଷ ନକରି ଉଠିଆସିବା ସହ ଅସରପା ଡିନର୍ ଟେବୁଲ ଉପରେ ଚାଲୁଥିବାର ଦୃଶ୍ୟ ମୋବାଇଲରେ କଏଦ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିବା ସହ ମହାରଷ୍ଟ୍ରର ଏଫଡିଏ କମିଶନର ତୁକ୍କାରାମ୍ ମୁଣ୍ଡେଙ୍କୁ ଟ୍ୟାଗ୍ କରିଥିଲେ । ଡକ୍ଟର ସେଠ୍ ଲେଖିଛନ୍ତି, ଦେଖନ୍ତୁ ରାତ୍ରିଭୋଜନ ପାଇଁ ଆମ ଟେବୁଲରେ ଏକ ଛୋଟ ଅସରପା ବା ରୋଚି ଆସି ପହଞ୍ଚିୟାଇଛିା ଡାକ୍ତର ଏବଂ ତାଙ୍କ ବନ୍ଧୁ ପାସ୍ତା ଖାଉଥିବା ବେଳେ ବୋଧେ ଅସରପାଟି ପୀଜ୍ଜା ଖାଇବାକୁ ଚାହୁଁଚି ସେଥିପାଇଁ ସେଠାରୁ ୟାଉନାହିଁ ବୋଲି ଲେଖିଛନ୍ତି ଡକ୍ଟର ଅଶୋକା କେବଳ ସେତିକିନୁହେଁ ଅସରପାଟି ଟେବୁଲରୁ ନୟିିବାରୁ ବାଧ୍ୟହୋଇ ଡାକ୍ତର ଏବଂ ତାଙ୍କର ବନ୍ଧୁ ଡିନର୍ ଛାଡି ଚାଲିଆସିଥିଲେ ବୋଲି ଲେଖିଛନ୍ତିା ମହାରଷ୍ଟ୍ରର ଏଫଡିଏ କମିଶନର ତୁକ୍କାରମ ମୁଣ୍ଡେଙ୍କ ଅଞ୍ଚଳରେ ଏହି ହୋଟେଲଟି ଥିବାରୁ ତାଙ୍କୁ ଏକ୍ସ ମାଧ୍ୟମରେ ଜଣାଇବା ସହ ଏହା ଉପରେ ନଜର ପକାଇବାକୁ ଅନୁରୋଧ କରିଛନ୍ତି ।

ଚଳିତ ବଷ ର୍ ମେ ମାସରେ ମହାରଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନର କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ତୁକ୍କାରାମ ମୁଣ୍ଡେ । ରାଜ୍ୟବ୍ୟାପୀ ଏକ ଖାଦ୍ୟ ସୁର କ୍ଷା ପ୍ରବର୍ତନ ଅଭିୟାନର ନେତୃତ୍ୱ ନେଇଛନ୍ତି । ତାଙ୍କ ଟିମ୍ ବିଭିନ୍ନ ହୋଟେଲ, ରେସ୍ତୋରାଁ, ଖାଦ୍ୟ ନିର୍ମାତା ସଂସ୍ଥା, ରାସ୍ତାକଡରେ ଖାଦ୍ୟ ବିକୁଥିବା ବେପାରୀ ଓ ପ୍ରମୁଖ ଖାଦ୍ୟ ପ୍ରସ୍ତୁତ ହେଉଥିବା ପ୍ରାୟ ୩ହଜାରରୁ ଅଧିକ ସ୍ଥାନରେ ରେଡ୍ କରିସାରିଛନ୍ତି । ଏହି ରେଡ୍ରେ ଅନେକ ହାଇପ୍ରୋଫାଇଲ୍ ପ୍ରତିଷ୍ଠାନ ବି ରହିଛନ୍ତି । ପୂର୍ବରୁ ଖାଦ୍ୟ ସୁରକ୍ଷା ଓ ପରିଷ୍କାର ପରିଚ୍ଛନ୍ନତା ଉଲ୍ଲଂଘନ ଅଭିୟୋଗରେ ମହାରଷ୍ଟ୍ରର ୪ଟି ଓ ମୁମ୍ବାଇର ୩ଟି ଡୋମିନସ୍ ଆଉଟଲେଟ୍ ଲାଇସେନ୍ସକୁ ସ୍ଥଗିତ କରିଥିଲା । ଆହୁରି ଅନେକ ଏମିତି ସଂସ୍ଥା ୟେଉଁଠାରେ ଖାଦ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦିଆୟାଇନି ସେଠାରେ ଶକ୍ତି ପ୍ରଦର୍ଶନ କରିଛି ମହାରଷ୍ଟ୍ରର ଏଫଡିଏ ଟିମ୍ । ତେଣୁ ଡାକ୍ତରଙ୍କ ସୋସିଆଲ ମିଡିଆରେ ମୁଣ୍ଡେଙ୍କୁ ଟ୍ୟାଗ୍ ପରେ ପ୍ରଭାବ ପଡିବ ବୋଲି ଆଶା କରାୟାଉଛି ।

