ବ୍ୟୁରୋ : ପୁଣି ଶିରୋନାମାରେ ନାସନାଲ କ୍ରସ୍ ରଶ୍ମିକା ମନ୍ଦାନା । ନେଇଆସୁଛନ୍ତି ଏକ ପାୱାରପ୍ୟାକ୍ଡ ମୁଭି “ମାଇସା” । ଫିଳ୍ମରେ ରଶ୍ମିକାଙ୍କ ନୂଆ ଅବତାର ଦେଖି ଫିଲ୍ମ ଲଭର ପୁରା ପୁରି ଲଟ୍ଟୁ । ପ୍ୟାନ୍ ଇଣ୍ଡିଆ ଆକ୍ସନ ଫିଲ୍ମରେ ନଜର ଆସିବେ ଚୁଲବୁଲି ନାୟିକା ରଶ୍ମିକା । ଅନଫର୍ମୁଲା ଫିଲ୍ମ ପ୍ରୟୋଜିତ ମାଇସାର ନିର୍ଦ୍ଦେଶନା ଦେଇଛନ୍ତି ଡେବ୍ୟୁୁଟାଂଟ ଡାଇରେକ୍ଟର ରବୀନ୍ଦ୍ର ପୁଲେ । “ମାଇସା” ଫିଲ୍ମର ଜବରଦସ୍ତ ଟିଜର୍ ରିଲିଜ୍ ହୋଇଛି । ଟିଜର ଲଚିଂ ଇଭେଂଟରେ ରଶ୍ମିକା ଏକ ପିଙ୍କ୍ କଲର ଶାଢୀରେ ଖୁବ୍ ସୁନ୍ଦର ଦେଖାୟାଉଛନ୍ତି । ଟିଜରରେ ରଶ୍ମିକାଙ୍କ ଜବରଦସ୍ତ ଆକ୍ସନ ଓ ଡ୍ରାମା ଦେଖିବାକୁ ମିଳିଛି । ରଶ୍ମିକା ନିଜ ଅଲଟାଇମ୍ କ୍ୟୁଟ୍ ଅନ୍ଦାଜରୁ ଦୂରରେ ଏକ ସିରିଅସ ଏବଂ ଖୁନଖାର୍ ରୋଲରେ ନଜର ଆସିଛନ୍ତି । ଜଣେ ନିର୍ଭିକ ମହିଳା ମାଇସା ଭାବେ ନଜର ଆସିଛନ୍ତି ରଶ୍ମିକା । ଜଣେ ସଂଗ୍ରାମୀ ମହିଳା ନୁହେଁ ୟୁଦ୍ଧର ଗତିବିଧି ନିର୍ଦ୍ଧାରଣ କରୁଥିବା ଦୃଢ ଆଦିବାସୀ ମହିଳା ଭାବେ ଏକାକୀ ଅନେକଙ୍କୁ ଧୁଳି ଚଟାଇଦେଉଥିବା ନଜର ଆସିଛନ୍ତି । ପାଣି ଭିତରେ ତାଙ୍କର ଆକ୍ସନ ସିକ୍ୱେନ୍ସ ଜବରଦସ୍ତ ହୋଇଛିା ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ଇଶ୍ୱରୀ ରାଓ, ଗୁରୁ ଶୋମାସୁନ୍ଦରମ୍, ରାଓ ରମେଶ, ରାହୁଲ ରବିନ୍ଦ୍ରନ୍, ନିଧି ସିଂ ପ୍ରମୁଖ ନଜର ଆସିଛନ୍ତି । ଆସନ୍ତା ୨୭ ନଭେମ୍ବର ୨୦୨୬ରେ ତେଲୁଗୁ, ହିନ୍ଦି, ତାମିଲ୍, କନ୍ନଡ,ଓ ମାଲାୟାଲମ୍ ଭାଷାରେ ରିଲିଜ୍ ହେବ ମାଇସା । ଅପେକ୍ଷା ପୁରା ଭିଡିଓ ଅର୍ଥାତ୍ ଟ୍ରେଲରକୁ । ଆଉ ଥିଏଟରରେ କେମିତି ମାହୋଲ ଆଣୁଛି ରଶ୍ମିିକାଙ୍କ ଏହି ନୂଆ ଅବତାରରେ ମାଇସା ତା ଉପରେ ବଲି ଲଭରଙ୍କ ନଜର ।


