ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କ ମଧ୍ୟରେ ମତଭେଦର ଖବର ସମ୍ନାାକୁ ଆସିବା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି । ଏହା ସହ ସେ ପଶ୍ଚିମବଙ୍ଗରେଏସଆଇଆର ପ୍ରକ୍ରିୟା ପୂର୍ବରୁ ଥିବା ଭୋଟର ତାଲିକା ବ୍ୟବହାର କରି ପୁନର୍ବାର ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି । ନିର୍ବାଚନ କମିଶନର ବିଜେପି ସପକ୍ଷରେ କାମ କରୁଥିବା ଅଭିଯୋଗ କରିଛନ୍ତି ମମତା । ପୁରୁଣା ଭୋଟର ତାଲିକାରେ ପୁନଃ ନିର୍ବାଚନ ହେବା ଉଚ୍ଚିତ ବୋଲି କହିଛନ୍ତି ମମତା । ଜ୍ଞାନେଶ କୁମାରଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ସିଇସି ଥିବା ।ଏଁ ସମଗ୍ର ଭାରତ ପ୍ରତିବାଦ କରିବ ବୋଲି କହିଛନ୍ତି ମମତା ବାନାର୍ଜୀ । ବିଜେପି ଓ ନିର୍ବାଚନ କମିଶନ ମିଶି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲୁଟ୍ କରିଛନ୍ତି ବୋଲି ପ୍ରମାଣ ମିଳିଲା ବୋଲି କହିଛନ୍ତି ମମତା । ଆହୁରି ବି ମମତା କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଆମ ରାଜନୈତିକ କ୍ୟାରିଅର ମଧ୍ୟରେ ଏପରି କିଛି କେବେ ଦେଖିନଥିଲୁ । ନିର୍ବାଚନ କମିଶନରଙ୍କୁ ନିଶ୍ଚିତ ଭାବେ ଗିରଫ କରିବା ଆବଶ୍ୟକ । ପଦବୀରେ ରହିବାର ନୈତିକ ଅଧିକାର ତାଙ୍କର ନାହିଁ । ବିଜେପିକୁ ବୁଝିବାକୁ ହେବ େ, ସେମାନେ ଆମ ସମ୍ବିଧାନକୁ ନଷ୍ଟ କରିପାରିବେ ନାହିଁ । ସେମାନେ ଗଣତନ୍ତ୍ରକୁ ଧ୍ୱସଂ କରିପାରିବେ ନାହିଁ ବୋଲି କହିଛନ୍ତି ମମତା । ଜ୍ଞାନେଶ କୁମାର ପୋଲିସର ଦୂରୁପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଦିଦି । ବିଜେପି ସହ ମିଶି ବିଜେପି ଲୋକମାନଙ୍କୁ ନିୟୋଜିତ କରିଛନ୍ତି । ଏପରି ଘଟଣା ଆଗରୁ କେବେ ଘଟିନଥିଲା । ସାମାନ୍ୟତମ ସମ୍ମାନବୋଧ ଥିଲେ ନିଜେ ପଦ ଛାଡିଦିଅନ୍ତୁ ବୋଲି କହିଛନ୍ତି ମମତା । ଏହି ପ୍ରସଙ୍ଗରେ ଭାରତ ବ୍ଲକ୍ ଅଂଶୀଦାରମାନେ ଆଲୋଚନା କରିଛନ୍ତିା ଖୁବଶୀଘ୍ର ସାକ୍ଷାତ ଆଲୋଚନା ହେବ ବୋଲି ମମତା କହିଛନ୍ତି । ଏହି ମୁଦ୍ଦାରେ ଆଗକୁ ଆନେ୍ଦାଳନ ମୁଣ୍ଡ ଟେକିବା ସବୁ ଆଂଚଳିକ ଦଳ ଏକାଠି ହୋଇ ବିକ୍ଷୋଭ କରିବୁ ବୋଲି କହିଛନ୍ତି ମମତା । ଏହି ସମୟରେ ଟିଏମସିର ଆଉ ଏକ ପ୍ରତିବାଦରେ ଜାତୀୟ ସାଧାରଣ ସମ୍ପାଦକ ଏବଂ ସାଂସଦ ଅଭିଷେକ ବାନାର୍ଜୀ ପୃଥକ ଭାବରେ ନିର୍ବାଚନ କମିଶନଙ୍କୁ ବିଜେପିକୁ ଲାଭ ପହଂଚାଇବା ପାଇଁ ପଶ୍ଚିମବଙ୍ଗ ଭୋଟର ତାଲିକାରୁ ୩୦ ଲକ୍ଷ ଭୋଟରଙ୍କ ନାମ ଜାଣିଶୁଣି ବାଦ୍ ଦେଇଥିବା ଅଭିଯୋଗ କରିଛନ୍ତି । ହରିୟାଣା ଓ ବିହାରରେ ମଧ୍ୟ ସାମନ ଘଟଣା ଘଟିଛି । ତେଣୁ ଖୁବଶୀଘ୍ର ତାଙ୍କୁ ଗିରଫ କରାଯାଉ ବୋଲି ମମତା ଦାବି କରିଛନ୍ତି ।
BREAKING NEWS
- ରାଜସ୍ୱ ପାର୍ଷଦଙ୍କ ଐତିହାସିକ ନିଷ୍ପତ୍ତି;ମହାପ୍ରଭୁଙ୍କ ନାଁକୁ ଫେରିଲା ୮୧ ଏକର ଜମି,ବଜାର ମୂଲ୍ୟ ୧୦୬୦ କୋଟି
- ପୋଲିସ ଉପରକୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
- ‘ଓଡ଼ିଶା ଓ ମହାନଦୀକୁ ନ୍ୟାୟ ନମିଳିଲେ ସୁପ୍ରିମକୋର୍ଟକୁ ଯିବୁ’;ମହାନଦୀ ଟ୍ରିବ୍ୟୁନାଲଙ୍କ ଉଦ୍ଦେଶ୍ୟରେ ଯାଚିକା ଦାଖଲ
- Madurai Deepathoon: ‘ଦୀପଥୁନ୍’ରେ ଜଳିଲା କାର୍ତ୍ତିଗାଇ ଦୀପ;ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ,ଜୟଧ୍ୱନିରେ କମ୍ପିଲା ପରିବେଶ
- ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ଗାଡ଼ି; ୭ ମୃତ, ୫ ଆହତ
- ଡାଲି ବସ୍ତାରେ ଚାଲିଥିଲା ନିଶା କଫ୍ ସିରପ ଚାଲାଣ; ୪୫୦୦ ବୋତଲ ଜବତ, ଜଣେ ଗିରଫ
- ତଦନ୍ତ ସମୟରେ ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ
- ଇତିହାସର ସେହି ବର୍ଷ ଯେତେବେଳେ ଗ୍ରୀଷ୍ମ ଋତୁ ଆସିନଥିଲା !
- ମାସିକ ଋତୁସ୍ରାବ ପାଇଁ ମହିଳା ପୋଲିସ ଅଧିକାରୀଙ୍କୁ ମିଳିବ ୧୨ ଦିନ ଛୁଟି
- Garment orders from Bangladesh to India:ଭାରତ ବିଶ୍ୱର ହେବ ଟେକ୍ସଟାଇଲ୍ ହବ୍!ବାଂଲାଦେଶ ସଙ୍କଟ ମଧ୍ୟରେ ୨,୩୬୦ କୋଟି ଟଙ୍କାର ପୋଷାକ ଅର୍ଡର ମିଳିଛି
Comments are closed.