Latest Odisha News

BREAKING NEWS

ବର୍ଷାରେ ଘର ଭାଙ୍ଗିଛି…ତୁରନ୍ତ ନୂଆ ଘର ମିଳିବ

ଭୁବନେଶ୍ବର: ଲଗାଣ ବର୍ଷା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କଲାଣି । ତେବେ ପ୍ରଭାବିତଙ୍କ ପାଇଁ ବଡ଼ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ତୁରନ୍ତ ନୂଆ ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।

ସୂଚନାନୁସାରେ,ଗତ ୪ ଦିନର ଲଗାଣ ବର୍ଷା ଫଳରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୪୫ରୁ ୫୦ଟି ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଭାଙ୍ଗିଯାଇଛି । ବର୍ଷା ଜାରି ରହିଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନୂତନ ଆବାସ ଯୋଗାଇ ଦିଆଯିବ । ବର୍ଷା କମିଲେ ମାତ୍ର ୫ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହାଫଳରେ ୬ଟି ପଞ୍ଚାୟତର ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯିବା ସହ ଶୁଖିଲା ରାସନ ବଣ୍ଟନ କରାଯାଉଛି । ଏପଟେ ଇନ୍ଦ୍ରାବତୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବା ନେଇ ଆଶ୍ୱାସନା ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି।

 

Leave A Reply

Your email address will not be published.