Latest Odisha News

BREAKING NEWS

Unintended Pregnancy, ସମୟ ପୂର୍ବରୁ ହୋଇପାରେ ପ୍ରସବ: ଅଧ୍ୟୟନ

ବ୍ୟୁରୋ: ଅନିଚ୍ଛାକୃତ ଗର୍ଭଧାରଣ ଯୋଗୁ ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ରହିଛି । ୩୭ଟି ନିମ୍ନ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶରେ ୯ଲକ୍ଷରୁ ଅଧିଳ ଗର୍ଭାବସ୍ଥା ଉପରେ କରାଯାଇଥିବା ଏକ ବୃହତ ଅଧ୍ୟୟନରୁ ଏହା ଜଣାପଡିଛି । ଟାର୍ଗେଟ୍ ଟ୍ରାଏଲ ଏମ୍ୟୁଲେସନ ପଦ୍ଧତି ବ୍ୟବହାର କରି ଗବେଷକ ମାନେ ଜାଣିବାକୁ ପାଇଛନ୍ତି ଯେ ଅପ୍ରତ୍ୟାଶିତ ଗର୍ଭଧାରଣ ପିଲାର ଅକାଳ ଜନ୍ମର ୨୬.୭ ପ୍ରତିଶତ ବୃଦ୍ଧି ବିପଦ ସହ ଜଡିତ । ଅପ୍ରତ୍ୟାଶିତ ଗର୍ଭଧାରଣକୁ ବିଶ୍ୱସ୍ତରରେ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି । ୧୫ରୁ ୪୯ବର୍ଷ ବୟସ୍କ ୬ଲକ୍ଷ ୩୫ହଜାର୧୩୯ ମହିଳାଙ୍କର ୯ଲକ୍ଷ ୧୧ହଜାର ୪୨୩ଟି ଗର୍ଭଧାରଣ ଘଟଣାକୁ ଅଧ୍ୟୟନ କରି ୩୭ଟି ନିମ୍ନ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶର ୧୯୯୭ରୁ ୨୦୨୧ ମଧ୍ୟରେ ସଂଗୃହିତ ଜନସାଂଖିକ ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟର ବିଶ୍ଳେଷଣ କରିଥିଲେ । ଏହି ଗର୍ଭଧାରଣ ମଧ୍ୟରୁ ୨୨.୬ ପ୍ରତିଶତ ଗର୍ଭଧରଣ ଥିଲା ଅନିଚ୍ଛାକୃତ । ଅଧ୍ୟୟନରେ ସମସ୍ତ ଜେନେଟିକ୍ ସମସ୍ୟା ସହ ଉଦ୍ଦେଶ୍ୟମୂଳକ ଏବଂ ଅନିଚ୍ଛାକୃତ ଗର୍ଭଧାରଣ ମଧ୍ୟରେ ସନ୍ତୁଳନ କରିବା ପାଇଁ ପରିସଂଖ୍ୟାନଗତ ଓଜନ ବ୍ୟବହାର କରାଯାଇଥିଲା । ଇଚ୍ଛାକୃତ ଗର୍ଭଧାରଣ ତୁଳନାରେ ଅନିଚ୍ଛାକୃତ ଗର୍ଭଧାରଣରେ ୨୬.୭ ପ୍ରତିଶତ ଅକାଳ ପ୍ରସବର ଭୟ ରହିଛି । ମୋଟାମୋଟି ଗବେଷକମାନେ ଦେଖିବାକୁ ପାଇଲେ ଯେ, ଇଚ୍ଛାକୃତ ପ୍ରେଗନେନ୍ସି କ୍ଷେତ୍ରରେ ୩.୯୬ ପ୍ରତିଶତ ତୁଳନାରେ ଅନିଚ୍ଛାକୃତ ପ୍ରେଗନେନ୍ସି ୪.୩୮ ପ୍ରତିଶତ ଅଧିକ ଅକାଳ ଜନ୍ମର ଆଶଙ୍କା ରହୁଛି । ଏହି ଗବେଷଣା କମ୍ ଓଜନର ଛୁଆ ଜନ୍ମ ବିଷୟରେ ନଥିଲା ବରଂ ଅକାଳ ଜନ୍ମ ଉପରେ ଥିଲା । ଅନିଚ୍ଛାକୃତ ଗର୍ଭଧାରଣ ଓ ସମୟ ପୂର୍ବରୁ ପ୍ରସବ ମଧ୍ୟରେ ଥିବା ସମ୍ପର୍କରେ ଅନେକ ପ୍ରକାର ଭୂମିକା ରହିଛି । ତେଣୁ ମା ଓ ପିଲାର ସୁନ୍ଦର ଓ ସୁର କ୍ଷିତ ଭବିଷୟତ ପାଇଁ ଯୋଜନା ବଦ୍ଧ କିମ୍ବା ଇଚ୍ଛାକୃତ ଗର୍ଭଧାରଣା ବେଶ ଗୁରୁତ୍ୱପୂର୍ଣ୍ଣ

Leave A Reply

Your email address will not be published.