ତିରୁବନନ୍ତପୁରମ୍:ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ରବିବାର (ସେପ୍ଟେମ୍ବର ୨୭)ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଯୁବ ବ୍ୟାଟର ଯଶସ୍ୱୀ ଜାୟସୱାଲଙ୍କୁ ପ୍ଲେଇଂ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା କମ୍ ରହିଛି । ଭାରତୀୟ ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ଏହି ସଙ୍କେତ ଦେଇଛନ୍ତି । ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ସ୍ପଷ୍ଟ କରିଛନ୍ତି ଯେ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଦଳର ମୁଖ୍ୟ ଓପନର ଭାବେ କାର୍ୟ୍ୟ ଜାରି ରଖିବେ । ତେବେ ଏହାକୁ ଜାୟସୱାଲଙ୍କ ପ୍ରତି ଅନ୍ୟାୟ ବୋଲି ଭାବିବା ଉଚିତ୍ ନୁହେଁ । ସେ କହିଛନ୍ତି, ଦଳରେ କଠିନ ପ୍ରତିଯୋଗିତା ଚାଲିଛି ।
ଜାୟସୱାଲ ଜଣେ ଅତ୍ୟନ୍ତ ପ୍ରତିଭାବାନ୍ ବ୍ୟାଟର ଏବଂ ଯେତେବେଳେ ବି ସୁଯୋଗ ପାଇଛନ୍ତି ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏବେ ତାଙ୍କୁ ନିଜ ସୁଯୋଗ ପାଇଁ ଧୈର୍ୟ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। ତାଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ନିୟମିତ କଥାବାର୍ତ୍ତା କରୁଛନ୍ତି ଜାୟସୱାଲ ମୁଖ୍ୟତଃ ଜଣେ ଓପନର ହୋଇଥିବାରୁ ମିଡିଲ୍ ଅର୍ଡରରେ ତାଙ୍କୁ ଖେଳାଇବା ସମ୍ଭବ ହେଉନାହିଁ । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଯଦି ଶୁବମନ ଗିଲ୍ଙ୍କୁ ବିଶ୍ରାମ ଦିଆଯାଏ, ତେବେ ଜାୟସୱାଲଙ୍କୁ ଓପନିଂରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

