Latest Odisha News

BREAKING NEWS

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!

ମୋହନା:ଗୁଣି ଗାରେଡ଼ିକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ । ଅଭିଯୋଗ ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ସେହି ଗାଁର ରାମଚନ୍ଦ୍ର ମଳିକ (୫୦) ।ବ୍ୟକ୍ତି ଙ୍କୁ ପ୍ରଥମେ ଧାରୁଆ ଅସ୍ତ୍ର ରେ ହତ୍ୟା ପରେ ପୋଡ଼ି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ଗାଁ ଠାରୁ ଅଢ଼େଇ କିଲୋ ମିଟର ପାହାଡ଼ ଉପରେ ଏକ କୁଡ଼ିଆ ଘର କରି ରହୁଥିଲେ । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସୂଚନାମୁତାବକ, ମୃତ ରାମଚନ୍ଦ୍ର ଗତ ୧୦ବର୍ଷ ହେବ ଘରୋଇ ଅଶାନ୍ତି ଯୋଗୁଁ ଗାଁ ନିକଟସ୍ଥ ପାହାଡ଼ରେ ପରିବାର ସହ ରହୁଥିଲେ । ପତ୍ନୀଙ୍କ ସହ ୬ ଝିଅ ଓ ଗୋଟିଏ ପୁଅ ରହୁଥିଲେ । ରାମଚନ୍ଦ୍ର ସେଠାରେ ରହି ଚେରମୂଳି ଔଷଧ ଦ୍ୱାରା ଲୋକଙ୍କ ଚିକିତ୍ସା କରୁଥିବା କୁହାଯାଉଛି। କିଛିଦିନ ତଳେ ଗାଁର ଜଣେ ମହିଳା ଓ ଦୁଇ ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏହି ଦୁଇ ମୃତ୍ୟୁ ପଛରେ ଗୁଣିଗାରେଡ଼ି ଥିବା ସନ୍ଦେହ କରି ରାମ ଚନ୍ଦ୍ରଙ୍କୁ କେତେକ ଲୋକ ଦାୟୀ କରୁଥିବା ଅଭିଯୋଗ ଉଠିଥିଲା। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ କିଛି ଗ୍ରାମବାସୀ ପାହାଡ଼କୁ ଆସି ରାମଚନ୍ଦ୍ରକୁ ଡାକି ଗାଁକୁ ନେଇଥିଲେ । ସେଠାରେ ବୈଠକ କରି ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ପୋଡ଼ିଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଓ ଝିଅ । ଆକ୍ରମଣବେଳେ ରାମଚନ୍ଦ୍ରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ପୋଲିସ ଗାଁରେ ପହଞ୍ଚି ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.