Latest Odisha News

BREAKING NEWS

ଫୁଲୁଛି ହୀରାକୁଦ, ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ଫୁଲୁଛି ହୀରାକୁଦ। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବାହ ବୃଦ୍ଧି ପାଇବା ପରେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ରବିବାର ଦିନ ପର୍ଯ୍ୟାୟକ୍ରମେ ଆଉ ୮ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଏହା ଫଳରେ ପ୍ରାୟ ୨୮ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ବାମ ପାର୍ଶ୍ୱରେ ୧୯ଟି ଏବଂ ଡାହାଣ ପାର୍ଶ୍ୱରେ ୯ଟି ଗେଟ୍ ଖୋଲା ରହିଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ତଥ୍ୟ ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇ ୬୨୯.୨୩ ଫୁଟରେ ପହଞ୍ଚିଛି।

ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୯.୨୩ ଫୁଟ ରହିଥିବା ବେଳେ ଏହାର ପୂର୍ଣ୍ଣ କ୍ଷମତା ୬୩୦ ଫୁଟ ରହିଛି। ତେବେ ୫ ଲକ୍ଷ ୫୭ ହଜାର ୫୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୫ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।

ଅପରପକ୍ଷରେ ହୀରାକୁଦ ପାଣି ତଳମୁଣ୍ଡରେ ପହଞ୍ଚିବା ପରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି । ଆଜି ସକାଳ ସୁଦ୍ଧା ମୁଣ୍ଡଳିରେ ୮ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବାକୁ ଥିବା ବେଳେ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

Leave A Reply

Your email address will not be published.