Latest Odisha News

ଭୁବନେଶ୍ୱରରୁ ନିଖୋଜ ୩ ନାବାଳକଙ୍କ ପତ୍ତା ମିଳିଲା

ଭୁବନେଶ୍ବର: ମିଳିଲେ ଭୁବନେଶ୍ୱରରୁ ନିଖୋଜ ୩ ନାବାଳକ । ସମସ୍ତଙ୍କୁ ଜଗତସିଂହପୁରରୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ। ଟ୍ୟୁସନ ଯିବାକୁ କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିବା ୩ ନାବାଳକ ଛାତ୍ରଙ୍କୁ ଶେଷରେ ଠାବ କରିଛି କମିଶନରେଟ୍ ପୋଲିସ। ଜଗତସିଂହପୁରରେ ଜଣେ ସମ୍ପର୍କୀୟଙ୍କ ଘରୁ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ ସୀତାନାଥ ବସ୍ତି ଓ ଆଦର୍ଶ ବସ୍ତି ଅଞ୍ଚଳରୁ ୩ ନାବାଳକ ଟିୟୁସନ୍ ଯାଇ ଆଉ ଘରକୁ ଫେରି ନାହାନ୍ତି। ଯାହାକୁ ନେଇ ୩ ନାବାଳକଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇ ନଥିଲେ। ଶେଷରେ ସେମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ନାବାଳକ ନିଖୋଜ ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ଚନ୍ଦ୍ରଶେଖରପୁର ପୋଲିସ।

ସିସିଟିଭି ଯାଞ୍ଚ ସହ ବିଭିନ୍ନ ସୋର୍ସକୁ ସକ୍ରିୟ କରିଥିଲା ପୋଲିସ ପାଖାପାଖି ୨ ଶହରୁ ଅଧିକ ସିସିଟିଭି ଯାଞ୍ଚ କରିଥିଲା ପୋଲିସ। ଜଗତସିଂହପୁରରେ ୩ ନାବାଳକଙ୍କ ସନ୍ଧାନ ମିଳିଥିଲା। ପରିବାର ଲୋକେ ୩ ନାବାଳକଙ୍କୁ ଚିହ୍ନଟ କରିଥିଲେ। କମିଶନରେଟ୍ ପୋଲିସ ୩ ନାବାଳକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ଆବଶ୍ୟକ ପ୍ରକ୍ରିୟା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.