Latest Odisha News

BREAKING NEWS

କେନ୍ଦ୍ରାପଡାରେ ଧସିଲା ନିର୍ମାଣାଧିନ ରେଳ ଲାଇନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଗୋସେଇଁ ବନ୍ଧଠାରେ ଏକ ନିର୍ମାଣାଧୀନ ରେଳ ଲାଇନ୍ ବୁଧବାର ରାତିରେ ଧସିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ରେଳ ଲାଇନର ଏକ ଅଂଶ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଅଚାନକ ଦବିଯାଇଥିଲା । ଯାହାଫଳରେ ରେଳ ଲାଇନ ନିକଟରୁ ୫୦ ମିଟର ଦୂରରେ ଥିବା ପାଖାପାଖି ୩ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଗୁରୁବାର ଦିନ କ୍ଷତିଗ୍ରସ୍ତ ପରିବାର ସଦସ୍ୟ କହିଛନ୍ତି, “ରେଳ ଲାଇନ ନିର୍ମାଣ ଲାଗି ସେମାନେ ନିଜ ଜମି ରେଲୱେକୁ ହସ୍ତାନ୍ତର କରିଥିଲେ । ଏବେ ତାଙ୍କ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ କିପରି ରହିବେ । ଆମ ଘରର ଛାତ ଓ କାନ୍ଥରେ ଫାଟ ପଡିଥିବା ବେଳେ ଏଯାବତ୍ କୌଣସି ରେଲୱେ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ଏଠାରେ ଆସି ପହଞ୍ଚିନାହାଁନ୍ତି ।

ଏନେଇ ରେଳ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ସୂଚନା ମିଳିପାରିନାହିଁ ।

ତେବେ ୧୯୯୮ରେ ଆରମ୍ଭ ହୋଇଥିବା ୭୦ କିମି. ଲମ୍ବ ବିଶିଷ୍ଟ ପାରାଦୀପ-ହରିଦାସପୁର ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ଏବେବି ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.