ବ୍ୟୁରୋ: ବୁଧବାର ଜମ୍ମୁକାଶ୍ମୀରରେ ଏନକାଉଂଟର । ବଡଗାମ ଜିଲ୍ଲାର ୟୁସମର୍ଗ ଅଂଚଳରେ ସୁରକ୍ଷାବାହିନୀଙ୍କୁ ବଡ ଧରଣର ସଫଳତା ମିଳିଛି । ପହଲଗାମ୍ ଆଟାକ୍ର ବଦଲା ନେଇଛି ସେନା । ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନର ପୂର୍ବତନ ଏସଏସଜି କମାଣ୍ଡର ନିପାତ ହୋଇଛି । ଲସ୍କର-ଏ-ତୋଇବାର ଉଚ୍ଚ ପ୍ରଶିକ୍ଷିତ ଟପ୍ ଆତଙ୍କୀ ହାଶିମ ମୂସାକୁ ଏନକାଉଂଟର କରିଛି ସୁରକ୍ଷାବଳ । ସେପଟେମ୍ବର ୨୯ତାରିଖ ରାତିରୁ କୋରାଗ ଅଂଚଳରେ ସ୍ଥାନୀୟ ପୋଲିସ ସହ ମିଶି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ସେନା, ଜାମ୍ମୁୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫକୁ ମିଲିଥିବା ସୂଚନା ଆଧାରରେ ସର୍ଚ୍ଚଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଥିଲା । ତାପରେ ସେନା ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ହିଁ ହାଶିମ ଟଳି ପଡିଥିଲା । ପରେ ସେ ଲସ୍କର-ଏ-ତୋଇବାର ଟପ୍୍ ଆତଙ୍କୀ ହାଶିମ ବୋଲି ଜଣାପଡିଲା । ୨୨ ଏପି୍ରଲ ୨୦୨୫ରେ ପହଲଗାମ୍ରେ ଭୟଙ୍କର ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଥିଲା ମୂସା । ଘଟଣାରେ ୨୬ଜଣଙ୍କର ମୃତୁ୍ୟୁ ହୋଇଥିଲା । ଜମ୍ମୁ-କାଶ୍ମୀର ଡିଜିପିଙ୍କ ସୂଚନା ଅନୁସାରେ ପୁଂଚ୍ରେ ହୋଇଥିବା ଆତଙ୍କୀ ହମଲାର ମୁଖ୍ୟ ଥିଲା ହାଶିମ୍ । ପ୍ରଥମେ ପାକିସ୍ଥାନ ଏସଏସଜିରେ ପାରା କମାଣ୍ଡୋ ଭାବେ ହାବିଲଦାର ପୋଷ୍ଟରେ ଥିଲା । ୨୦୨୩ରେ ଅବସର ନେଇ ଲସ୍କର –ଏ-ତୋଇବାରେ ଯୋଗଦେଇଥିଲା । ଜଣେ ଉଚ୍ଚସ୍ତରୀୟ କମାଣ୍ଡୋ ଭାବେ ଆମ୍ବୁସ୍ କରିବା ଏବଂ ଗରିଲା ତରିକାରେ ଆଟାକ୍ କରିବାରେ ମାହିର ଥିଲା ମୂସା । ମିଲିଟାରୀ ବ୍ୟାକ୍ଗ୍ରାଉଣ୍ଡ ହିଁ ତଦନ୍ତ ପରିସରଭୁକ୍ତ ହୋଇଛି । ପୂର୍ବରୁ ସେପଟେମ୍ବର ୫ରେ ୟୁସମର୍ଗର ପାହାଡିଆ ଅଂଚଳରେ ସଚ୍ଚ ର୍ଅପରେସନ ହୋଇଥିଲା ହେଲେ ସୁରକ୍ଷାବାହିନୀଙ୍କୁ ଚକମା ଦେବାରେ ସଫଳ ହୋଇଥିଲା ହାଶିମ୍ । ଘନିଷ୍ଠ ସହଯୋଗୀ ୟାସିର ନିହତ ହୋଇଥିଲା । ଏହାପରେ ମୂସାକୁ ସର୍ଚ୍ଚ ଅପରେସନ ଜୋର ଧରିଥିଲା । ଏନକାଉଂଟର ପରେ ମଧ୍ୟ ପୁରା ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କୌଣସି ଆତଙ୍କୀ ଲୁଚିଛନ୍ତି କି ନାହିଁ ତାର ଯାଂଚ ଚାଲିଛି । ସେନା ପକ୍ଷରୁ ଅପରେସନ କୋରାଗ୍ ବୋଲି ନାଁ ଦିଆଯାଇଛି । ସେପଟେମ୍ବରରେ ଆତଙ୍କୀ ବିରୋଧୀ ଅଭିଯାନ ଲଗାତାର ଜାରି ରହିଥିବା ବେଳେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ପାଇଁ ଗୁରୁତ୍ୱ ବହନ କରୁଛି ।
BREAKING NEWS
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ
- ‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
