Latest Odisha News

BREAKING NEWS

ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ

ଭୁବନେଶ୍ବର: ନନ୍ଦନକାନନରେ ଖୁସି ଖବର! ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡ଼ିଶା ଜଳବାୟୁ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି। ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ଆଗାମୀ ଦିନରେ ସେମାନଙ୍କ ଡିଏନଏ ଟେଷ୍ଟ କରାଯିବ। ସେମାନଙ୍କ ଓଜନ ମଧ୍ୟ ବଢ଼ିଛି । ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ନଜର ରଖାଯାଇଛି।

ମହୀଶୂରରୁ ସ୍ୱତନ୍ତ୍ର ଡାକ୍ତର ଆସି ସେମାନଙ୍କ ଚିକିତ୍ସା କରୁଛନ୍ତି। ଛୁଆଙ୍କ ଭଳି ସେମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି। ଏହାସହ ୨୪ ଘଣ୍ଟିଆ ମନିଟରିଂ ମଧ୍ୟ କରାଯାଉଛି। ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଓଜନ ଉପରେ ନଜର ରଖାଯାଉଛି। ଅନ୍ୟପଟେ ବାଣୀ ବିହାର ଓଭରବ୍ରିଜ ଉପରୁ ଅଜଗର ଉଦ୍ଧାର ଘଟଣାରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ। କହିଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଓରାଙ୍ଗଉଟାନ୍ ମାନେ ପ୍ରକୃତରେ କେଉଁ ଦେଶରୁ ଆସିଛନ୍ତି, ତାହା ଜାଣିବା ପାଇଁ ଏବେ DNA ଟେଷ୍ଟ କରାଯିବ । ଏଥିପାଇଁ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି । ଖୁବଶୀଘ୍ର ଓରାଙ୍ଗଉଟାନ୍ ଙ୍କ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । DNA ରିପୋର୍ଟ ଆସିବା ପରେ ସେମାନଙ୍କ ଉତ୍ପତ୍ତି ଓ କେଉଁ ଦେଶରୁ ଆସିଛନ୍ତି, ସେନେଇ ଅଧିକ ସ୍ପଷ୍ଟତା ମିଳିପାରିବ । ରିପୋର୍ଟ ମିଳିବା ପରେ ଏନେଇ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରାଯିବ । ଏପଟେ ଆଜି ନନ୍ଦନକାନନ ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ନନ୍ଦନକାନନରେ ପହଞ୍ଚି ଓରାଙ୍ଗଉଟାଙ୍ଗଙ୍କୁ ଦେଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକାରୀଙ୍କଠାରୁ ବୁଝିବେ ।

Leave A Reply

Your email address will not be published.