ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ ଭିଆରଏସ ନେବେ ।ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ତଥା ବରିଷ୍ଠ ଆଇଏଏସ ଅଧିକାରୀ ଆର. ଏସ. ଗୋପାଳନ ଚାକିରିରୁ ସ୍ଵେଚ୍ଛାକୃତ ଅବସର (ଭିଆରଏସ) ପାଇଁ ଆବେଦନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି । ଶାରୀରିକ ଅସୁସ୍ଥତା ଏବଂ ବ୍ୟକ୍ତିଗତ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ତାମିଲନାଡ଼ୁ ବାସିନ୍ଦା ଶ୍ରୀ ସନ୍ଥଗୋପାଳନ୍ ଓଡ଼ିଶା କ୍ୟାଡର୍ର ଆଇଏଏସ୍ ଅଧିକାରୀ। ସେ ୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥା’ନ୍ତେ। ଆହୁରି ୨୨ ମାସ ତାଙ୍କ ଚାକିରି ସମୟ ଥିଲା। ଏବେ ଦୁଇ ଦୁଇଟି ଗୁରୁତ୍ବପୂଣ୍ଣ ଦାୟିତ୍ବ ସେ ତୁଲାଉଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।
ତାମିଲନାଡ଼ୁ ବାସିନ୍ଦା ଗୋପାଳନ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ। ୨୦୦୧ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଆର. ଏସ. ଗୋପାଳନ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାର ସିଇଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହା ସହିତ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ନିକଟରେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିଲା।
ସେ ୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ନିଜ ଚାକିରି ସମୟ ପ୍ରାୟ ଦେଢ଼ ବର୍ଷ ବାକି ଥିବା ବେଳେ ସେ ଭିଆରଏସ ପାଇଁ ଆବେଦନ କରି ସମସ୍ତଙ୍କୁ ଚକିତ କରିଛନ୍ତି। ହଠାତ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଘଟଣା କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ହୋଇଛି।
ନିକଟରେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଇସ୍ତଫା ଦେଇଥିଲେ।

