Latest Odisha News

BREAKING NEWS

ଟାଇମ୍‍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍‍

ପୂର୍ବ ଭାରତର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଟାଇମ୍‍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ -୨୦୨୭ରେ କିଟ୍‍ ବିଶ୍ୱବିବ୍ୟାଳୟ ପୁଣିଥରେ ତା’ର ଉତ୍କର୍ଷତା ପ୍ରତିପାଦନ କରି ଭାରତର ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହୋଇପାରିଛି। ଏଥିସହିତ ପୂର୍ବ ଭାରତର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି।

ଟାଇମ୍‍ସ ହାୟର ଏଜୁକେସନ- ୨୦୨୭ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ଉଲ୍ଳେଖନୀୟ ଭାବେ ୫୦୧+ ରାଙ୍କରେ ଅଛି। ଏହି ରାଙ୍କିଙ୍ଗରେ କିଟ୍‍ର ନିରନ୍ତର ଅଭିବୃଦ୍ଧି ସହିତ ଶିକ୍ଷାଦାନର ମାନ, ଗବେଷଣା, ଇଣ୍ଡଷ୍ଟ୍ରି ଏନଗେଜମେଣ୍ଟ ଏବଂ ଅନ୍ତର୍ଜାତୀୟ ଦୃଷ୍ଟିକୋଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପ୍ରତିଫଳିତ ହୋଇଛି।

ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ରାଜ୍ୟର ଏକ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଉ ବୋଲି ପ୍ରତ୍ୟେକ ରାଜ୍ୟ ଆଶା ପୋଷଣ କରିଥାନ୍ତି। ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ କିଟ୍‍ ଅଳ୍ପ ବର୍ଷର ଏକ ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଆନନ୍ଦର ବିଷୟ । କିଟ୍‍ର ଏହି ସଫଳତା ବିଶେଷ କରି ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ।

ସୂଚନାଯୋଗ୍ୟ, ଏହି ରାଙ୍କିଙ୍ଗରେ ଭାରତର ୧୪୩ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ୧୧୮ ଦେଶର ମୋଟ ୨୨୯୭ଟି ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଅଂଶ ଗ୍ରହଣ କରିଥିଲେ। ଟାଇମ୍‍ସ ହାୟର ଏଜୁକେସନ୍‍ ଶିକ୍ଷା ଓ ଗବେଷଣାର ମାନ, ଜ୍ଞାନର ଆଦାନ ପ୍ରଦାନ ଏବଂ ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ମାପଦଣ୍ଡ ଆଧାରରେ ଏହି ରାଙ୍କିଙ୍ଗ ପ୍ରଦାନ କରିଥାଏ।

Leave A Reply

Your email address will not be published.