Latest Odisha News

BREAKING NEWS

UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର

ଉତ୍ତରପ୍ରଦେଶ : ଧର୍ମସ୍ଥଳ ଲୋଭରେ ଅଧର୍ମୀ ପାଲଟିଯାଉଛି ମଣିଷ । ଠାକୁରଙ୍କ ନାଁରେ ଜୀବନ ନେବାକୁ ବି ପଛାଉନିା ୟୁପି ଶାହାଜାହାନପୁରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡିଦେଲା ଦୁର୍ବୃତ୍ତ । ଅଭିଯୁକ୍ତ ସୁମିତ ସିଂକୁ ଗିରଫ କରି ପଚରାଉଚରା କରିଛି ପୋଲିସ । ସୂଚନା ଅନୁସାରେ ଶାହାଜାହାନପୁର ସୁଥା ଗାଁରେ ଏକ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ ୨ ଜଣ ପୂଜକ । ପ୍ରତିଦିନର ପୂଜାପାଠ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷର ଧ୍ୟାନ ରଖୁଥିଲେ ୬୦ ବର୍ଷୀୟ ବିହାରୀ ଦାସ ଓ ୭୦ ବର୍ଷୀୟ ଗୋପାଳ ଦାଶ । ବର୍ଷ ବର୍ଷ ଧରି ମନ୍ଦିରର ଦାୟିତ୍ୱ ନେବା ସହ ମନ୍ଦିରରେ ହିଁ ରହିଆସୁଥିଲେ । ଗୋପାଳ ଦାସଙ୍କ ନାଁରେ ପ୍ଲଟ୍‌ଟି ପଂଜିକୃତ ଥିଲା । ଅଗଷ୍ଟ ମାସରେ ଜେଲରୁ ଫେରିଥିଲା ସେହି ଗାଁର ଯୁବକ ସୁମିତ ସିଂ । ଧିରେ ଧିରେ ମନ୍ଦିର ପୂଜକଙ୍କ ସହ କଥା ହେବା ସହ ସେଠାରେ ରହିବାକୁ ଲାଗିଲା । ମନ୍ଦିରକୁ ନିଜ ନାଁରେ କରିବା ଲୋଭରେ ଗୁରୁବାର ଉଭୟ ପୂଜକଙ୍କୁ ଏକ ଭାରି ଜିନିଷରେ ପିଟି ମାରିଦେବା ସହ ପୋଡି ଦେଇଥିବା ପୋଲିସ ଏସପି ସୌରଭ ଦିକ୍ଷୀତ ସୂଚନା ଦେଇଛନ୍ତି । ପଚରାଉଚରା ବେଳେ ଅଭିଯୁକ୍ତ ତାର ଦୋଷ ମାନିଥିବା ପୋଲିସ ସ୍ପଷ୍ଟ କରିଛି । ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା କେସ୍ ଦାୟାର କରିବା ସହ ପୋଡା ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

Leave A Reply

Your email address will not be published.