ବେଜିଂ: ଚୀନରେ ମହାମାରୀରେ ରୂପ ନେଲାଣି କରୋନା ଭୂତାଣୁ । ଗତକାଲି ଗୋଟିଏ ଦିନରେ ୨୪୨ ମୃତ୍ୟୁ ଓ ୧୪ ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ ସରକାରଙ୍କ ବଢିଚି ଚିନ୍ତା । କାରଣ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟାର ମୃତ୍ୟୁ ହେବା ଦେଖିବାକୁ ମିଳିନଥିଲା । ଏତେ ମାତ୍ରାରେ ନୂଆ ଆକ୍ରାନ୍ତ ବି ଚିହ୍ନଟ ହୋଇନଥିଲେ । ୨୪୨ ନୂଆ ମୃତ୍ୟୁ ଯୋଡି ହେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚୀନରେ ୧୩ ଶହ ୫୫କୁ ବୃଦ୍ଧି ହୋଇଛି । ନୂଆ ୧୪ ହଜାର ୮୪୦ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଟପି ଯାଇଛି । ବଢୁଥିବା କରୋନା ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା ଭିତରେ ଡାକ୍ତରଖାନା ବୁଲି ସ୍ଥିତି ଦେଖିଛନ୍ତି ଚୀନ ରାଷ୍ଟ୍ରପତି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ମନୋବଳକୁ ବଢାଇଛନ୍ତି ଜିନପିଙ୍ଗ୍ । ସେପଟେ ଚୀନର ବିଭିନ୍ନ ସହରରେ ସ୍ପଷ୍ଟ ବାରି ହୋଇଗଲାଣି କରୋନା ଭୟ । ଅନେକ ସ୍ଥାନରେ ସ୍ଥିତି ଏପରି ରହିଛି ଯେ ଚୀନରେ ସବୁବେଳେ ଜନଗହଳି ରହୁଥିବା ସହର ଦିଶୁଛି ଖାଁ ଖାଁ । ଉହାନରୁ ନେଇ ଝିଝିଉ, ସବୁଠି ସହର ଖାଲି ଖାଲି ଲାଗୁଛି । ସେପଟେ ଯେଉଁ ସ୍ଥାନରେ ଆକ୍ରାନ୍ତ ଥିବା ସତ୍ୱେ ଡାକ୍ତରଖାନାକୁ ଆସି ନାହାନ୍ତି, ସେହି ସନ୍ଦୀଗ୍ଧଙ୍କୁ ବଳପୂର୍ବକ ଡାକ୍ତରଖାନାକୁ ନିଆଯାଉଛି ।
BREAKING NEWS
- Shukra Nakshatra Gochar:ଶୁକ୍ର କରିବେ ନକ୍ଷତ୍ର ପରିବର୍ତ୍ତନ;ମକର ସମେତ ଏହି ରାଶିମାନଙ୍କର ଫିଟିବ ଭାଗ୍ୟ
- ଦୁରନ୍ତୋ ଏକ୍ସପ୍ରେସର ଶୌଚାଳୟରେ କର୍ମଚାରୀ ବାସନ ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇକୁ ନୋଟିସ ଜାରି କଲା FSSAI
- ଆରମ୍ଭ ହେଲା SIR; ପ୍ରଥମ ଦିନରେ ୨ଲକ୍ଷ ୫୯ହଜାରରୁ ଅଧିକ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ
- Odisha Vigilance: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ୍ଧାହେଲେ ସମବାୟ ଅଧିକାରୀ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖସିଲା ଛାତର ସିଲିଂ;ଅଳ୍ପକେ ବର୍ତ୍ତିଲେ ରୋଗୀ
- ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଝଟକା, ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
- ଇକୋଲାଇମ୍+: ଶିଳ୍ପ ଆବର୍ଜନା ପାଲଟିଲା ସମାଧାନ, ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ
- Cotton Import Custom Duty:ବୟନ ଶିଳ୍ପକୁ ସରକାରଙ୍କ ବଡ଼ ଉପହାର;କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼
- ଗୋଟିଏରୁ ଅଧିକ ପାନ କାର୍ଡ ରଖିବା ପଡିପାରେ ମହଙ୍ଗା, ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା
Comments are closed.