Latest Odisha News

BREAKING NEWS

ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଭେଟିଲେ ଜିନପିଙ୍ଗ

ବେଜିଂ: ଚୀନରେ ମହାମାରୀରେ ରୂପ ନେଲାଣି କରୋନା ଭୂତାଣୁ । ଗତକାଲି ଗୋଟିଏ ଦିନରେ ୨୪୨ ମୃତ୍ୟୁ ଓ ୧୪ ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ ସରକାରଙ୍କ ବଢିଚି ଚିନ୍ତା । କାରଣ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟାର ମୃତ୍ୟୁ ହେବା ଦେଖିବାକୁ ମିଳିନଥିଲା । ଏତେ ମାତ୍ରାରେ ନୂଆ ଆକ୍ରାନ୍ତ ବି ଚିହ୍ନଟ ହୋଇନଥିଲେ । ୨୪୨ ନୂଆ ମୃତ୍ୟୁ ଯୋଡି ହେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚୀନରେ ୧୩ ଶହ ୫୫କୁ ବୃଦ୍ଧି ହୋଇଛି । ନୂଆ ୧୪ ହଜାର ୮୪୦ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଟପି ଯାଇଛି । ବଢୁଥିବା କରୋନା ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା ଭିତରେ ଡାକ୍ତରଖାନା ବୁଲି ସ୍ଥିତି ଦେଖିଛନ୍ତି ଚୀନ ରାଷ୍ଟ୍ରପତି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ମନୋବଳକୁ ବଢାଇଛନ୍ତି ଜିନପିଙ୍ଗ୍ । ସେପଟେ ଚୀନର ବିଭିନ୍ନ ସହରରେ ସ୍ପଷ୍ଟ ବାରି ହୋଇଗଲାଣି କରୋନା ଭୟ । ଅନେକ ସ୍ଥାନରେ ସ୍ଥିତି ଏପରି ରହିଛି ଯେ ଚୀନରେ ସବୁବେଳେ ଜନଗହଳି ରହୁଥିବା ସହର ଦିଶୁଛି ଖାଁ ଖାଁ । ଉହାନରୁ ନେଇ ଝିଝିଉ, ସବୁଠି ସହର ଖାଲି ଖାଲି ଲାଗୁଛି । ସେପଟେ ଯେଉଁ ସ୍ଥାନରେ ଆକ୍ରାନ୍ତ ଥିବା ସତ୍ୱେ ଡାକ୍ତରଖାନାକୁ ଆସି ନାହାନ୍ତି, ସେହି ସନ୍ଦୀଗ୍ଧଙ୍କୁ ବଳପୂର୍ବକ ଡାକ୍ତରଖାନାକୁ ନିଆଯାଉଛି ।

Leave A Reply

Your email address will not be published.