Latest Odisha News

BREAKING NEWS

ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…

ଭୁବନେଶ୍ୱର: ଆକାଶରୁ ଏକ ରହସ୍ୟମୟ ବକ୍ସ ଶନିବାର ଅପରାହ୍ନରେ ଖସିପଡ଼ି ଏକ ଗଛରେ ଲାଗିଯାଇଥିଲା।ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବ୍ଲକ ନାରାୟଣପୁର ପଞ୍ଚାୟତସ୍ଥିତ ଗେନ୍ଦରା ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଘଟିଥିଲା।

ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକମାନେ ହଳଦିଆ ରଙ୍ଗର ଦଉଡ଼ି ସାହାଯ୍ୟରେ ଗଛରେ ଝୁଲୁଥିବା ସୌର ଶକ୍ତି ଚାଳିତ ଏକ ବକ୍ସ ଦେଖିବାକୁ ପାଇଥିଲେ, ଯେଉଁଥିରେ ‘P0086′ ନମ୍ବର ଲେଖାଯାଇଥିଲା। ଏହା ଏକ ବିସ୍ଫୋରକ ସାମଗ୍ରୀ କିମ୍ବା ବୋମା ହୋଇପାରେ ବୋଲି ଆଶଙ୍କା କରି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସୁରକ୍ଷିତ ଭାବରେ ଗଛ ଡାଳରୁ ବାକ୍ସଟିକୁ ତଳକୁ ଓହ୍ଲାଇଥିଲେ। ପରବର୍ତ୍ତୀ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଉକ୍ତ ଯନ୍ତ୍ରରେ ଏକ ଛୋଟ ଆଣ୍ଟିନା ଓ ଟ୍ରାନ୍ସମିଟର ଥିଲା। ଏଥିରେ ଥିବା ଚିହ୍ନରୁ ଜଣାପଡ଼ୁଥିଲା ଯେ ଏହା ବାୟୁମଣ୍ଡଳର ତାପମାତ୍ରା, ଜଳୀୟ ଅଂଶ କିମ୍ବା ପାଣିପାଗ ସ୍ଥିତି ମାପିବା ପାଇଁ ବ୍ୟବହୃତ ଏକ ବୈଜ୍ଞାନିକ ଉପକରଣ ଥିଲା। ପୋଲିସ ଟ୍ରାନ୍ସମିଟରରେ ଏକ ଯୋଗାଯୋଗ ନମ୍ବର ପାଇଥିଲା। ଏଥିରେ ସମ୍ପର୍କ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଏହା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହ ଜଡ଼ିତ।

ଏ ନେଇ ଜଣେ ଭୟଭୀତ ଗ୍ରାମବାସୀ କହିଛନ୍ତି, “ଆମେ ହଳଦିଆ ଦଉଡ଼ି ସାହାଯ୍ୟରେ ଗଛର ଡାଳରେ ଝୁଲୁଥିବା ଧାତୁ ନିର୍ମିତ ବକ୍ସ ଭଳି ଏକ ଜିନିଷ ଦେଖିଲୁ। ଏହା କ’ଣ ଥିଲା କିମ୍ବା କିପରି ସେଠାରେ ପହଞ୍ଚିଲା, ତାହା ଆମେ ବୁଝିପାରିଲୁ ନାହିଁ। ଏହା ଏକ ବୋମା କିମ୍ବା ବିପଜ୍ଜନକ ଯନ୍ତ୍ର ହୋଇପାରେ ବୋଲି ଭାବି ଆମେ ଭୟଭୀତ ହୋଇପଡ଼ିଥିଲୁ, ତେଣୁ ପୋଲିସକୁ ସୂଚନା ଦେଇଥିଲୁ। ଏବଂ ଏହାକୁ ଛୁଇଁବାକୁ ସମସ୍ତଙ୍କୁ ବାରଣ କରିଥିଲୁ।

Leave A Reply

Your email address will not be published.