ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
ଆଇଚି-ନାଗୋୟା: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ୨୦ତମ ଏସୀୟ କ୍ରୀଡ଼ା ୨୦୨୬ର ଆନୁଷ୍ଠାନିକ ଭାବେ ଉଦ୍ଯାପନ ଘଟିଛି । ଉଦ୍ଯାପନୀ ସମାରୋହରେ ଭାରତୀୟ ପତାକାବାହୀ (ଫ୍ଲାଗ୍-ବେୟରର) ନୀରୁ ଢାଣ୍ଡା ଗର୍ବର ସହ ତ୍ରିରଙ୍ଗା ଉଡ଼ାଇଥିଲେ । ଏହି ଅବସରରେ ଅଲମ୍ପିକ କାଉନସିଲ ଅଫ୍ ଏସିଆର ପତାକା କତାରକୁ ହସ୍ତାନ୍ତର କରାଯାଇଛି, ଯିଏ ପରବର୍ତ୍ତୀ ସଂସ୍କରଣର ଆୟୋଜନ କରିବ । ନାଗୋୟା ସହରର ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମ୍ରେ ଏହି ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜାପାନର ଜାତୀୟ ସଙ୍ଗୀତ ଗାନ ସହ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା, ଏହାପରେ ଆଥଲେଟ୍ମାନଙ୍କ ପରେଡ୍ ଅନୁଷ୍ଠିତ ହୋଇଥିଲା । ଭାରତର ଶୁଟର ନୀରୁ ଢାଣ୍ଡା ଦଳର ନେତୃତ୍ୱ ନେଇଥିଲେ । ନୀରୁ ଏହି ଏସୀୟ କ୍ରୀଡ଼ାରେ ୨ଟି ସ୍ୱର୍ଣ୍ଣ ଏବଂ ୧ଟି ରୌପ୍ୟ ସହ ମୋଟ ୩ଟି ପଦକ ଜିତିଛନ୍ତି ।
ଏସୀୟ କ୍ରୀଡ଼ାର ୨୧ତମ ସଂସ୍କରଣ ୨୦୩୦ ମସିହାରେ କତାର (ଦୋହା)ରେ ଆୟୋଜିତ ହେବ। ଦୋହା ଦ୍ୱିତୀୟ ଥର ପାଇଁ ଏସୀୟ କ୍ରୀଡ଼ାର ଆୟୋଜକ ସାଜିବ, ଏହା ପୂର୍ବରୁ ୨୦୦୬ରେ ସେଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ପରମ୍ପରା ଅନୁସାରେ ଆଇଚି-ନାଗୋୟାରୁ ଙଉଇ ଫ୍ଲାଗ୍କୁ ଦୋହା ୨୦୩୦ର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା । ଏସୀୟ କ୍ରୀଡ଼ା ୨୦୨୬ରେ ଭାରତ ମୋଟ ୮୫ଟି ପଦକ ସଫଳତା ସହ ହାସଲ କରିଛି । ୨୧ଟି ସ୍ୱର୍ଣ୍ଣ ପଦକ ସହ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ (ଚୀନ୍): ୧୬୯ ସ୍ୱର୍ଣ୍ଣ, ୮୯ ରୌପ୍ୟ, ୮୩ କାଂସ୍ୟ (ମୋଟ ୩୪୧), ଦ୍ୱିତୀୟ (ଜାପାନ): ୮୩ ସ୍ୱର୍ଣ୍ଣ, ୯୫ ରୌପ୍ୟ, ୯୧ କାଂସ୍ୟ (ମୋଟ ୨୬୯), ତୃତୀୟ (ଦକ୍ଷିଣ କୋରିଆ): ୩୯ ସ୍ୱର୍ଣ୍ଣ, ୪୩ ରୌପ୍ୟ, ୬୮ କାଂସ୍ୟ (ମୋଟ ୧୫୦), ଚତୁର୍ଥ (ଭାରତ): ୨୧ ସ୍ୱର୍ଣ୍ଣ, ୨୭ ରୌପ୍ୟ, ୩୭ କାଂସ୍ୟ (ମୋଟ ୮୫) (ପଞ୍ଚମ ସ୍ଥାନରେ ଥିବା ଉଜବେକିସ୍ତାନ ମଧ୍ୟ ୨୧ଟି ସ୍ୱର୍ଣ୍ଣ ଜିତିଥିଲା, କିନ୍ତୁ ମୋଟ ପଦକ ସଂଖ୍ୟାରେ ଭାରତ ଆଗରେ ଥିବାରୁ ଚତୁର୍ଥ ସ୍ଥାନ ନିଜ ନାମରେ କରିଛି) ।

