Latest Odisha News

BREAKING NEWS

ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଜେନାପୁର:ଯାଜପୁର ଜିଲ୍ଲା ଜେନାପୁର ଥାନାର ମଧୁପୁରଗଡ଼ ପଞ୍ଚାୟତରେ ବିଜେଡି ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ଧର୍ମଶାଳା ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଅଭିଯୋଗ । ଏ ନେଇ ଯାଜପୁର ଏସପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି ପ୍ରଣବ ବଳବନ୍ତରାୟ ।ପ୍ରଣବ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ଶାସକ ଗୋଷ୍ଠୀର ।

ସୂଚନା ମୁତାବକ,ଦିନ ପ୍ରାୟ ୩ଟା ସମୟରେ ପଦଯାତ୍ରା ଚାଲିଥିବାବେଳେ ଗାଡ଼ି ଉପରକୁ ଢ଼େଲାମାଡ଼ କରାଯାଇଥିଲା ।

ଅଭିଯୋଗ ଅନୁଯାୟୀ, ପ୍ରଣବଙ୍କ ଗାଡ଼ି ଉପରକୁ ପାନଛେପ ଓ ଟେକାପଥର ଫିଙ୍ଗାଯାଇଥିଲା । ଏଥିରେ ଗାଡ଼ିରେ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

ଏହାପରେ ପ୍ରଣବ ବଳବନ୍ତ ରାୟ ପୋଲିସ ଅଧିକ୍ଷକଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରି ତୁରନ୍ତ ଏଫ୍.ଆଇ.ଆର୍ ପଞ୍ଜିକରଣ କରିବାକୁ ଓ ଅଭିଯୋଗରେ ଉଲ୍ଲେଖ ଥିବା ବ୍ୟକ୍ତି ଏବଂ ସେମାନଙ୍କ ଅଜ୍ଞାତ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ତେବେ ଆକ୍ରମଣ ପରେ ପ୍ରତିକ୍ରିୟା ଦେଇ ପ୍ରଣବ ବଳବନ୍ତରାୟ କହିଛନ୍ତି, ପୋଲିସ ଉପସ୍ଥିତିରେ ଆମ ଉପରେ ଆକ୍ରମଣ ହୋଇଛି । ଆମେ ପଦଯାତ୍ରା କରି ଲୋକଙ୍କୁ ପାଖକୁ ଯାଇଥିଲା ବେଳେ ଭାଜପାର କିଛି କର୍ମୀ ଗାଡ଼ିକୁ ଢ଼େଲା ମାଡ଼ କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.