Latest Odisha News

BREAKING NEWS

ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଚାଲିଛି ଖୋଳତାଡ଼। ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା। ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ପୁଣିଥରେ ସଙ୍ଗିନ ଅଭିଯୋଗ ଆସିବା ପରେ ଆଜି ଥାନାରେ ହାଜର ହେଲେ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବିକ୍ରମ ପଣ୍ଡା।

ଜେଲ୍ ଭିତରୁ ସାକ୍ଷୀଙ୍କୁ ଫୋନରେ ଧମକ ଦେଇଥିବା ଅଭିଯୋଗରେ ହାଜର ହୋଇଛନ୍ତି। ଜେଲରେ ଥିବାବେଳେ ଅଗଷ୍ଟ ୨୮ ତାରିଖରେ ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୧ ରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ବେଲ୍ ମିଳିବା ପରେ ସେଦିନ ଥାନାରେ ଏତଲା ଦେଇଥିଲେ ଲଳିତ। ଏନେଇ ବିକ୍ରମ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ। ପଚରାଉଚରା ପାଇଁ ନୋଟିସ୍ କରାଯାଇଥିଲା।

Leave A Reply

Your email address will not be published.