Latest Odisha News

BREAKING NEWS

ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ

ବାରିପଦା:ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ । ମୟୂରଭଞ୍ଜର ବଡ଼ସାହିରେ ପୋଲିସର ଅତର୍କିତ ଚଢ଼ାଉ । ବୁଧବାର ସକାଳୁ ବୁଢ଼ାବଳଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଅଭିଯୋଗରେ ପାଇକପଡ଼ା ବାଲିଘାଟରେ ଅତର୍କିତ ଚଢ଼ାଉ କରିଛି ବଡ଼ସାହି ପୋଲିସ।

ପାଇକପଡ଼ା ବେଆଇନ ବାଲିଘାଟରେ ଚଢ଼ାଉକରି ୫ ଟ୍ରାକ୍ଟର ସହ ୫ ଡ୍ରାଇଭରଙ୍କୁ ଅଟକ ରଖିଛି । ତେବେ ଗତ କିଛିଦିନ ଧରି ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ହୋଉଛି ।

ସୂଚନାଥାଉକି,ଗତକାଲି କୁଳିଅଣା ବାଲିଘାଟରେ ଖଣି ବିଭାଗର ଚଢ଼ାଉ ସମୟରେ ୩ଟି ଟ୍ରାକ୍ଟରକୁ ବାଲି ମାଫିଆମାନେ ଜୋରଜବରଦସ୍ତ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଖଣି ବିଭାଗର କର୍ମଚାରୀ ଶିବାନ ମୁଣ୍ଡାରୀ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ପାଇକପଡ଼ା ବେଆଇନ ବାଲିଘାଟରେ ବଡ଼ସାହି ପୁଲିସର ଅତର୍କିତ ଚଢ଼ାଉ ଚୋରା ବାଲି ମାଫିଆଙ୍କ ମଧ୍ୟରେ ଛନକା ପକାଇଛି।

Leave A Reply

Your email address will not be published.