Latest Odisha News

BREAKING NEWS

ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ: ଅଗରକରଙ୍କ ବିଦାୟରେ ଭାବବିହ୍ୱଳ ହେଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା  ପଦରୁ ଅଜିତ୍ ଅଗରକର ଓହରିବା ପରେ, ଟିମ୍ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର ତାଙ୍କ ପାଇଁ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ବିଦାୟୀ ସନ୍ଦେଶ ଲେଖିଛନ୍ତି । ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ ଗମ୍ଭୀର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି । ଅଗରକରଙ୍କ କାର‌୍ୟ୍ୟକାଳ ମଧ୍ୟରେ ଭାରତୀୟ ଦଳ ୩ଟି ଆଇସିସି ଟ୍ରଫି ଜିତିଛି । ଗମ୍ଭୀର କହିଛନ୍ତି ଯେ, ଏହି ସଫଳତା ଅଗରକରଙ୍କ ଟିମ୍ ପ୍ରଥମ ଏବଂ ଟିମ୍ ସବୁବେଳେ ଆଗରେ  ଚିନ୍ତାଧାରାର ସପକ୍ଷରେ ବଡ଼ ପ୍ରମାଣ । କାର‌୍ୟ୍ୟକାଳ ସମୟରେ କିଛି ଚୟନ ନିଷ୍ପତ୍ତିକୁ ନେଇ ସମାଲୋଚନା ହୋଇଥିଲେ ସୁଦ୍ଧା, ଗମ୍ଭୀର କହିଛନ୍ତି ଯେ ଅଗରକର ବ୍ୟକ୍ତିଗତ ପସନ୍ଦ-ନାପସନ୍ଦଠାରୁ ଉପରେ ଉଠି କେବଳ ଦଳର ହିତ ପାଇଁ ନିଷ୍ପତ୍ତି ନେଉଥିଲେ ।

ଅଗରକରଙ୍କ ସହ କାମ କରିବାକୁ ଏକ ବଡ଼ ସମ୍ମାନର ବିଷୟ ବୋଲି ବର୍ଣ୍ଣନା କରି, ଗମ୍ଭୀର ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ହୃଦୟରୁ ଶୁଭକାମନା ଜଣାଇଛନ୍ତି । ବେଶ କିଛି ବର୍ଷ ଭାରତୀୟ କ୍ରିକେଟରେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟିି ମୂଖ୍ୟ ଅଜିତ ଅଗରକରଙ୍କ ରାଜୁତି ଚାଲିଥିଲା । ଏବେ ଏହି ଯୋଡି ଭାଙ୍ଗିଯାଇଛି । ଅଗରକରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହି ଯୋଡିଙ୍କ ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ ମତଭେଦ ଭାରତୀୟ କ୍ରିକେଟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା ।

 

Leave A Reply

Your email address will not be published.