Latest Odisha News

BREAKING NEWS

କାହିଁକି ଶ୍ରୀମନ୍ଦିରର ଜେଟିପି ଲଖିଆକୁ ଗିରଫ କରୁନି ପୋଲିସ? ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ପୁରୀ: ଶ୍ରୀମନ୍ଦିରର ପାୱରଫୁଲ୍ ଜେଟିପି ଲଖିଆ ଓରଫ୍ ଲକ୍ଷ୍ମୀଧର ଉପାଧୟଙ୍କ ଆଗରେ ମୁଣ୍ଡ ନୁଆଁଇଛି କି ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ? ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଜୋର ଧରିଛି । କ୍ୟାମେରାମ୍ୟାନଙ୍କ ଉପରେ ଶ୍ରମନ୍ଦିର ଭିତରେ ଗତ ଶନିବାର ରାତିରେ ଜେଟିପି ଲକ୍ଷ୍ମୀଧର ଉପାଧ୍ୟୟ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଘଟଣାକୁ ୪୮ ଘଣ୍ଟା ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ କାହିଁକି ଧରାଯାଇନି ବୋଲି ପ୍ରଶ୍ନ ଉଠିଛି । ଏହି ଘଟଣାରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ ପାଢୀ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା ବେଳେ କାହା ଉପରକୁ ହାତ ଉଠାଇବା ଠିକ ନୁହେଁ ବୋଲି ସେ କହିଛନ୍ତି । ସେପଟେ ଘଟଣାର ତଦନ୍ତ ଚାଲିଛି ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ଗୁଣ୍ଡାଗିରି ବିରୋଧରେ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଘଟଣାକୁ ସେ ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଶ୍ରୀମନ୍ଦିରରେ ଏଭଳି ଘଟଣା ପାଇଁ ଶ୍ରୀମନ୍ଦିର ଓ ସେବାୟତମାନେ ବଦନାମ ହେବା ସହ ମହାପ୍ରଭୁଙ୍କ ମୁଖ୍ୟ ବାଡଗ୍ରାହୀ ବଦନାମ ହେଉଥିବା କୁହାଯାଇଛି । ଅନ୍ୟପଟେ ଲଖିଆ ବିରୁଦ୍ଧରେ ପୂର୍ବରୁ ଅନେକ ଅଭିଯୋଗ ଥିବା ମତ ପ୍ରକାଶ ପାଇଥିବା ବେଳେ ପୁରୀ ଜିଲ୍ଲା ବିଜେପି ସଭାପତି ଡକ୍ଟର ଦେବେନ୍ଦ୍ର ତରାଇ ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଜେଟିପି ଲଖିଆ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶ୍ରୀମନ୍ଦିର ଭିତରର ପ୍ରତ୍ୟେକଟି ଜାଗା ସିସିଟିଭି ନଜରରେ ରହିଥିବା ବେଳେ ଏହାର ଫୁଟେଜକୁ ଆଧାର କରି ତୁରନ୍ତ ଆକ୍ରମଣକାରୀ ଜେଟିପି ଲଖିଆ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବାୟତ, ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଦାବି ହୋଇଛି।

 

Leave A Reply

Your email address will not be published.