ଭୁବନେଶ୍ବର: ଆରଏସଏସ ମୁଖ୍ୟ ମୋହନ ଭାଗବତ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ସମ୍ବଲପୁରରେ ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋହନ ଭାଗବତ ଅକ୍ଟୋବର ୧୦ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରେ ସମ୍ବଲପୁରରେ ପହଞ୍ଚିବେ । ସେ ଦୁଇଦିନିଆ ଓଡିଶା ପ୍ରବାସ ସାରି ଅକ୍ଟୋବର ୧୧ ତାରିଖ ଦିନ ସଂଧ୍ୟାରେ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
କାଲି ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମରେ ମୋହନ ଭାଗବତ ଉପସ୍ଥିତ ରହିବେ। ଏହି ଅବସରରେ ସେ ସ୍ୱୟଂସେବକଙ୍କୁ ମାର୍ଗଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି RSSର ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ।
ଗସ୍ତର ଦ୍ୱିତୀୟ ଦିନରେ ସମ୍ୱଲପୁରଠାରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସାଂଗଠନିକ ବୈଠକରେ ଶତାବ୍ଦୀବର୍ଷର କାର୍ଯ୍ୟର ସମୀକ୍ଷା କରିବେ ।

