Latest Odisha News

Saudi Airport Blast Update: ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା

() ରିୟାଦ୍ଧ: ଆଉ କିଛି ସମୟ ପରେ ଫ୍ଲାଇଟ୍‌ରେ ବସିଥାନ୍ତେ ଆଉ ଯାଇଥାନ୍ତେ ଉମ୍ରାହ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଶନିବାର ରିୟାଦ୍ଧର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଜାଇଲ ମାଡରେ ସବୁକିଛି ଛାରଖାର । କିଏ ଘରକୁ ଯାଇଥାନ୍ତେ ତ କିଏ ଫେରିଥାନ୍ତେ । ଆଉ ପୁଣି କିଛି ଯାତ୍ରୀ ତୀର୍ଥରେ ଯାଇଥାନ୍ତେ । ହେଲେ ଚାହୁଁ ଚାହୁଁ ମିଜାଇଲ ମାଡରେ ସବୁକିଛି ଜଳିପୋଡି ଗଲା । ଲୋକ ଜୀବନ ବିକଳରେ ଏଣେତେଣେ ଦଉଡିବାକୁ ଲାଗିଲେ । ସେଇ କିଛି ସମୟର ବିସ୍ଫୋରଣର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଜଣେ ଭାରତୀୟଙ୍କୁ ମିଶାଇ ୧୩ ଜଣଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ୩ଶହ ଜଣ ଆହତ ହୋଇଥିବା ସାଉଦି ପକ୍ଷରୁ ସୂଚନା ମିଲିଛି । ଆହତଙ୍କ ମଧ୍ୟରେ ୧୧ଜଣ ଭାରତୀୟ ଥିବା ସୂଚନା ମିଳିଛି । ରିୟାଦସ୍ଥିତ ଭାରତୀୟ ଦୂତାବାସ ଲଗାତର ଭାବେ ସ୍ଥାନୀୟ କର୍ତୃପକ୍ଷ ଓ ଡାକ୍ତରଖାନା ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭାରତୀୟ ମୃତକ ୪୬ ବର୍ଷୀୟ ମହମ୍ମଦ ୟୁଶୁଫ୍ ହାଇଦ୍ରାବଦାର ଜଣେ ପୂରାତନ ଆଇଟି ପ୍ରଫେସନାଲ୍ । ମେହନ୍ଦିପାଟନମ୍‌ର ୟୁଶୁଫ୍ ପରିବାର ସହ ରିୟାଦ୍ଧ ଏୟାରପୋର୍ଟରେ ଚେକ ଇନ୍ ପାଇଁ ଠିଆହୋଇଥିଲେ । ସେ ଉମ୍ରାହରେ ମେଦିନା ଯାଉଥିଲେ । ସେହିସମୟରେ ହିଁ ବିମାନବନ୍ଦରରେ ଆକ୍ରମଣରେ ବିମାନବନ୍ଦରର ଭଗ୍ନାବଶେଷ ତାଙ୍କ ଉପରେ ପଡିଥିଲା । ଗୁରୁତର ଭାବେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତିା ତାଙ୍କ ପତ୍ନୀ ଓ ୨ସନ୍ତାନ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ସବୁ ପ୍ରକାର ସୁବିଧା ଯୋଗାଇବା ସହ ସ୍ୱାସ୍ଥ୍‌୍ୟାବସ୍ଥା ତଦାରଖ ପାଇଁ ଭାରତୀୟ ଦୂତାବାସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଅନ୍ୟାନ୍ୟ ମୃତକଙ୍କ ମଧ୍ୟରେ ୪ ସାଉଦୀ ବାସିନ୍ଦା, ୨ଜଣ ବାଂଲାଦେଶୀ , ପାଲେଷ୍ଟାଇନ , ଆମେରିକା, ଇଜିପ୍ଟ, ଜୋର୍ଡାନ ଓ ସୁଦାନରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉଜଣେ ମୃତକ ହେଲେ ମାରୟମ ଅଲ ଇବ୍ରାହିମ୍ । ସେ ମଧ୍ୟ ମେଦିନା ଯାଉଥିଲେ । ଅନ୍ୟଜଣେ ହେଲେ ଫ୍ଲାଇଟ ସହାୟକ ଅଜ୍ଜା ରାମଜୀ, ଯିଏକି ଜଣେ ଇଜିପ୍ଟିଆନ । ପାଲେଷ୍ଟିଆନ ମୃତକ ହେଲେ ତଲାଲ୍ ଅଲ ଦନାନି ।

ୟେମେନରେ ଇରାନ-ସମଥି ର୍ତ ହୁତି ବିଦ୍ରୋହୀଙ୍କ ବିରୁଦ୍ଧରେ ଲଢୁଥିବା ସାଉଦି-ନେତୃତ୍ୱଧୀନ ମଣ୍ଟେ ଅନୁସାରେ ରବିବାର ଦିନ ଏକ ଆକ୍ରମଣ ପରେ ଆଉ ଏକ ଘଟଣା ଘଟିଥିଲା । ଯେଉଁଥିରେ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ରିୟାଦ ବିମାନବନ୍ଦରରେ ଏକ ଯାତ୍ରୀ ଟମି ର୍ନାଲକୁ ଆଘତ କରିଥିଲା । ପେଣା ସ୍ତ୍ରଟି ଟମି ର୍ନାଲ ୩ ଏବଂ ୪ ଥିବା କମ୍ପେ୍ଲକ୍ସକୁ ଆଘାତ କରିଥିଲା । ଘରୋଇ ବିମାନ ଚଳାଚଳ ପାଇଁ ବ୍ୟବହୃତ ହୁଏ । ଏବେ ବିମାନବନ୍ଦର ବନ୍ଦ ରହିଥିବା ବେଳେ ଆଖପାଖରେ ଥିବା ସ୍କୁଲରେ କ୍ଲାସ୍ ବନ୍ଦ ରହିଛି । ଅନଲାଇନରେ ଚାଲିଛି ପଢା । ପ୍ରାୟ ଏକ-ତୃତୀୟାଂଶ ବିମାନ ଚଳାଚଳ ବନ୍ଦ ରହିଛି । ୩୬୨ଟି ଡିପାର୍ଚର ନୋ-ଫ୍ଲାଏ ମାର୍କ ହୋଇଛିା ସଂଯୁକ୍ତ ଉପସାଗରୀୟ କାମକୁ ପୁନର୍ଜୀବିତ କରିବା ପାଇଁ ଏକ ଚାପ ଆବଶ୍ୟକତା ରହିଛି । ସାଉଦି ଉପରେ ଆକ୍ରମଣ ୟୁଏଇ ଏବଂ ସବୁ ଉପସାଗରୀୟ ରଷ୍ଟ୍ରର ସୁର କ୍ଷାକୁ ଦୁବ ର୍ଳ କରେ । ତେଣୁ ଏହି ଆକ୍ରମଣ କରା ଯାଇଥିବା ସୂଚନା ମିଳିଛିା

Leave A Reply

Your email address will not be published.