Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ଗସ୍ତ: ତିନି ପ୍ରମୁଖ ଖେଳାଳିଙ୍କ ଫିଟନେସ୍ ପାଇଁ ଅଟକିଲା ଟେଷ୍ଟ ଓ ଦିନିକିଆ ଦଳ ଚୟନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟି୨୦ ଦଳ ଘୋଷଣା ହୋଇସାରିଥିଲେ ମଧ୍ୟ, ଟେଷ୍ଟ ଏବଂ ଦିନିକିଆ ସ୍କ୍ୱାଡ୍ ଚୟନ ଅଟକି ରହିଛି । ବୋଲର ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରଣା ଏବଂ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଫିଟନେସ୍ ରିପୋର୍ଟକୁ ଅପ୍‌େକ୍ଷା କରାଯାଇଥିବାରୁ ଏହି ବିଳମ୍ବ ହୋଇଛି । ଭାରତୀୟ ଦଳ ୨୮ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଅଭିମୁଖେ ବାହାରିବ । ଦିନିକିଆ ସିରିଜ୍ ୪ ନଭେମ୍ବରରୁ ଆରମ୍ଭ ହେବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧୯ ନଭେମ୍ବରରୁ ଖେଳାଯିବ ।  ପ୍ରସିଦ୍ଧ କ୍ରିଷ୍ଣା ସେପ୍ଟେମ୍ବର ୩୦ରେ ଗୁହାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ସମୟରେ ଆଘାତପ୍ରାପ୍ତ ହୋଇଥିଲେ । ଚୟନକର୍ତ୍ତାମାନେ ତାଙ୍କୁ ଟେଷ୍ଟ ଏବଂ ଦିନିକିଆ ଉଭୟରେ ପ୍ରମୁଖ ବୋଲର ଭାବେ ଦେଖୁଛନ୍ତି । ଡାକ୍ତର ତାଙ୍କୁ ୩ ସପ୍ତାହର ସମୟ ଦେଇଛନ୍ତି ।

ଋଷଭ ପନ୍ତ ଇରାନୀ କପ୍ ମ୍ୟାଚ୍ ସମୟରେ ଆଘାତପ୍ରାପ୍ତ ହୋଇଥିଲେ ।  ସେ ୨୪ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଦୁଇଟି ଇଣ୍ଡିଆ ଏ ଚାରି ଦିନିଆ ମ୍ୟାଚ୍ ଖେଳିବେ ନାହିଁ । ତେବେ ଟେଷ୍ଟ ସିରିଜ ପୂର୍ବରୁ ଫିଟ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି । ହର୍ଷିତ ରଣା ସେପ୍ଟେମ୍ବର ମାସରେ ଇଂଲଣ୍ଡ ଗସ୍ତ ସମୟରେ ଆଘାତପ୍ରାପ୍ତ ହୋଇଥିଲେ ।  ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ନମ୍ବର-୮ରେ ବ୍ୟାଟିଂ କରିବା ଭଳି ଅଲରାଉଣ୍ଡର ଭାବେ ଦଳରେ ରଖିବାକୁ ଚାହୁଁଛି । ଡାକ୍ତର ଏବଂ ଚୟନ କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଲକ୍ଷ୍ମଣଙ୍କୁ ଚୟନ ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି । ଚୟନକର୍ତ୍ତାମାନେ ଶେଷ ମୁହୂର୍ତ୍ତ ପର‌୍ୟ୍ୟନ୍ତ ଏହି ଖେଳାଳିମାନଙ୍କ ରିପୋର୍ଟକୁ ଅପ୍‌େକ୍ଷା କରିବେ ।

Leave A Reply

Your email address will not be published.