ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଦୁର୍ଘଟଣା ଘଟିଛି। କଳିଙ୍ଗ ନଗର ଅଞ୍ଚଳରେ ଏକ କଳା ରଙ୍ଗର ସ୍କର୍ପିଓ ଗାଡ଼ି ଅନ୍ୟ ଚାରୋଟି ଗାଡ଼ିକୁ ଧକ୍କା ଦେଇଛି।
ଅତ୍ୟନ୍ତ ବେପରୁଆ ଭାବେ ଚଳାଯାଉଥିବା ଏହି କଳା ରଙ୍ଗର ସ୍କର୍ପିଓ ଗୋଟିଏ କାର୍, ଦୁଇଟି ମୋଟରସାଇକେଲ୍ ଏବଂ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
ସ୍କର୍ପିଓ ଚାଳକ ନିଶାସକ୍ତ ଥିବା ସନ୍ଦେହ କରି ଉତ୍ତ୍ୟକ୍ତ ଲୋକେ ତାଙ୍କୁ କାବୁ କରିନେଇଥିଲେ। ଦୁର୍ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଗାଡ଼ିଟିକୁ ଜବତ କରିଛି। ଏଥିସହିତ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଚାଳକ ପ୍ରକୃତରେ କୌଣସି ନିଶା ସେବନ କରିଥିଲେ କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ତେବେ ଭୁବନେଶ୍ୱରରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

