Latest Odisha News

BREAKING NEWS

କଂଗ୍ରେସ ମହାରାଲି ପାଇଁ ଗ୍ରୀନ୍ ସିଗନାଲ୍: ମିଳିଲା NOC, କମ୍ପିବ ରାମଲୀଳା ମଇଦାନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ନଭେମ୍ବର ୧ ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା ଏକ ରାଲି ପାଇଁ କଂଗ୍ରେସକୁ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ପ୍ରଦାନ କରିଛି, ଯାହା ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭୋଟ ଚୋରି ଏବଂ ନିର୍ବାଚନୀ ଅନିୟମିତତାର ପ୍ରତିବାଦରେ ଇଣ୍ଡିଆ ମେଣ୍ଟ ନଭେମ୍ବର ୧ ତାରିଖରେ ରାମଲୀଳା ମଇଦାନରେ ଏକ ମେଗା ରାଲି ଘୋଷଣା କରିଛି। ଏହି ସମ୍ପର୍କରେ ପୋଲିସ ନିକଟରେ NOC ଆବେଦନ କରାଯାଇଥିଲା।

ଡିସିପି ସେଣ୍ଟ୍ରାଲ ରୋହିତ ରାଜବୀର ସିଂହ ଶନିବାର କହିଛନ୍ତି ଯେ ଦଳୀୟ ପ୍ରତିନିଧିଙ୍କ ସହ ସମାବେଶ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ପରେ ପୋଲିସ ପ୍ରମାଣପତ୍ର ପ୍ରଦାନ କରିଛି। ୨୫ ଅକ୍ଟୋବରରୁ ୩ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ବୁକିଂ ପାଇଁ ଗ୍ରାଉଣ୍ଡ ଉପଲବ୍ଧ। ତେବେ ପୋଲିସ ପକ୍ଷରୁ ଏନଓସି ମିଳିବା ପରେ କଂଗ୍ରେସ ପକ୍ଷରୁ ଆସନ୍ତା ନଭେମ୍ବର ୧ ତାରିଖରେ ଏହି ମେଗା ରାଲି ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ରୀୟ ଦିଲ୍ଲୀ ଡିସିପି (DCP) ରୋହିତ ରାଜବୀର ସିଂହଙ୍କ ସୂଚନା ଅନୁଯାୟୀ, କଂଗ୍ରେସ ପାଇଁ ରାମଲୀଳା ମୈଦାନକୁ ଅକ୍ଟୋବର ୨୫ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବୁକ୍ କରାଯାଇପାରିବ। ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାରେ ହେଉଥିବା ଅନିୟମିତତା ଏବଂ ଇଭିଏମ୍ (EVM) ବଦଳରେ ବାଲଟ୍ ପେପର ବ୍ୟବହାର ଦାବି ନେଇ କଂଗ୍ରେସ ସମେତ ‘ଇଣ୍ଡିଆ’ (INDIA) ମେଣ୍ଟ ପକ୍ଷରୁ ଏହି ପ୍ରଦର୍ଶନର ଯୋଜନା କରାଯାଇଛି।

ପୋଲିସଠାରୁ ସୁରକ୍ଷା ସମ୍ବନ୍ଧୀୟ NOC ପାଇବା ପରେ, ବର୍ତ୍ତମାନ କଂଗ୍ରେସ ଦଳ ଦିଲ୍ଲୀ ନଗର ନିଗମ (MCD) ନିକଟରେ ବୁକିଂର ବାକି ଆନୁଷ୍ଠାନିକ ପ୍ରକ୍ରିୟା ଶେଷ କରିବ। ଦିଲ୍ଲୀରେ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ତାଲିକାରୁ ବାଦ୍ ଦିଆଯିବା ପରେ ପୋଲିସ ରାମଲୀଳା ମୈଦାନ, ବୁରାଡ଼ି ଏବଂ ସିବିଡି ଗ୍ରାଉଣ୍ଡକୁ ନୂତନ ବିକ୍ଷୋଭ ସ୍ଥଳ ଭାବେ ଚିହ୍ନଟ କରିଛି, ଯେଉଁଥିରୁ କଂଗ୍ରେସକୁ ରାମଲୀଳା ମୈଦାନ ପାଇଁ ଏହି ଅନୁମତି ମିଳିଛି।

 

Leave A Reply

Your email address will not be published.