Latest Odisha News

BREAKING NEWS

ଦିଲ୍ଲୀରେ ଦିଲଜିତଙ୍କ କନସର୍ଟ କ୍ୟାନସଲ୍‌, ସୁରକ୍ଷା ଦୃଷ୍ଟିରୁ ପୋଲିସ ଦେଲାନି ଅନୁମତି

ନୂଆଦିଲ୍ଲୀ: ଅକ୍ଟୋବର ୩୦ରେ ଦିଲ୍ଲୀରେ ଥିଲା ଦିଲଜିତ୍ ଦୋସାଂଜଙ୍କ କନସର୍ଟ । ହେଲେ ସମୟ ପୂର୍ବରୁ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଶୋ ଉପରେ ଲାଗିଲା ରୋକ୍ । ଦିଲ୍ଲୀ ପୋଲିସ ଦେଲାନି ଅନୁମତି । ସୁରକ୍ଷା ଦୃଷ୍ଟିରୁ କନସର୍ଟ ହେଲା କ୍ୟାନସଲ । ଆକ୍ଟୋବର ୩୦ ତାରିଖରେ ଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିଅମରେ ଲାଗିଥାନ୍ତା ଖଚାଖଚ ଭିଡ । ଗେମ୍ ପାଇଁ ନୁହେଁ ଦିଲଜିତଙ୍କ ଶୋ ପାଇଁ । ହେଲେ ସୁରକ୍ଷା କାରଣ ଦର୍ଶାଇ ଅନୁମତି ଦେଲାନି ଦିଲ୍ଲୀ ପୋଲିସ । ଫଳରେ କନସର୍ଟରେ ଲାଗିଲା ରୋକ୍ । ଏହା ବ୍ୟତିତ ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆମିର ସୋକିନଙ୍କ ବିରୋଧରେ ସଦର ବଜାର ଥାନାରେ ଏକ ମାମଲା ରୁଜୁ କରିଛି । ଏହି ପଂଜାବୀ ସିଙ୍ଗର ଦିଲଜିତ୍ ଭାରତରେ ତାଙ୍କର ଔରା ଟୁର୍ ଘୋଷଣା କରିଥିଲେ । ଭାରତର ୭ଟି ସ୍ଥାନରେ ଶୋ ଆୟୋଜନ ପାଇଁ ହୋଇଥିଲା ପ୍ଲାନ୍ ।

୨ସପ୍ତାହ ପୂର୍ବରୁ ନିଜର ଏକ ପୋଷ୍ଟରେ ନଭେମ୍ବରରୁ ଏହି ମ୍ୟୁଜିକାଲ ଜଣ୍ଣି ର୍ ଆରମ୍ଭ ହେବ ବୋଲି କହିଥିଲେ । ନଭେମ୍ବର ୧ରେ ଦିଲ୍ଲୀ-ଏନସିଆରରୁ ଆରମ୍ଭ ହୋଇଥାନ୍ତା ଔରା ଟୁର୍ । ପରେ ଇନ୍ଦୋର, ଅହମଦାବାଦ, ମୁମ୍ବାଇ, ବେଙ୍ଗାଳୁରୁ ଓ ଲକ୍ଷ୍ନୌ ପରେ ଚଣ୍ଡିଗଡ ଯିବାର ମଧ୍ୟ ପ୍ଲାନ୍ ରହିଥିଲା । ନଭେମ୍ବର ୨୧ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଏକ ଶୋ ରହିଥିଲା । ହେଲେ ସବୁ କନସର୍ଟର ଭେନ୍ୟୁ ଓ ଡେଟ୍ ଫାଇନାଲ୍ ହୋଇନଥିଲା । ଏସବୁ ଭିତରେ ଦିଲ୍ଲୀ କନସଟ ର୍ କଥା ଭିଡିଓ ମାଧ୍ୟମରେ ସେୟାର କରିଥିଲେ ଟିମ୍ । କିନ୍ତୁ ଏବେ ଶୋ ହେବ କି ନାହିଁ ତାହା ସ୍ଥିର ହୋଇନି । କାରଣ ସୁରକ୍ଷା ଦୃଷ୍ଟିରୁ କନସର୍ଟ ପାଇଁ ଅନୁମତି ଦେଇନି ଦିଲ୍ଲୀ ପୋଲିସ । ୨୦୨୪ରୁ ଦିଲ୍‌-ଲୁମିନାଟି ଟୁର୍ ପରେ ଏହି ଔରା ଟୁର୍ ଆରମ୍ଭ କରିବାକୁ ଯାଉଥିଲେ ଦିଲ୍‌ଜିତ୍ ।

Leave A Reply

Your email address will not be published.