ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ ମାମଲା, ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ୱାଣ୍ଟେଡ ଘୋଷଣା
ଅକ୍ଟୋବର ୨୬ ଯାଏଁ ପୋଲିସ ହେପାଜତରେ ରହିବେ ୪ ଅଭିଯୁକ୍ତ
ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରକୁ ଗୁଳିମାଡ ମାମଲାରେ ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତକୁ ୱାଣ୍ଟେଡ ଅଭିଯୁକ୍ତ ଭାବେ ଘୋଷଣା କରିଛି ପୋଲିସ । ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଂଚଳରେ ଟାଇଗର ଶ୍ରଫ୍ ବସିଥିବା କାର ଉପରକୁ ଅତର୍କିତ ଫାୟାରିଂ କରିଥିଲେ ୨ ଆକ୍ରମଣକାରୀ । ସୌଭାଗ୍ୟବସତଃ ଟାଇଗର ଘଟଣାସ୍ଥଳରୁ ଅଳ୍ପକେ ବତ୍ତି ର୍ଯାଇଥିଲେ । ହେଲେ ଘଟଣା ପଛରେ ଥିବା ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତକୁ ୱାଣ୍ଟେଡ ଅଭିଯୁକ୍ତ ଘୋଷଣା କରାଯାଇଛି । ମୁମ୍ବାଇ ପୋଲିସ ଗୁରୁବାର ଏନେଇ କୋର୍ଟକୁ ସୂଚନା ଦେଇଥିବା ବେଳେ ମାମାଲାରେ ସଦ୍ୟ ଗିରଫ ହୋଇଥିବା ୪ଜଣଙ୍କୁ ହେପାଜତରେ ରଖିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏସପ୍ଲାନେଡ୍ ମାଜଷ୍ଟ୍ରେଟ୍ କୋର୍ଟ ୪ ଅଭଯୁକ୍ତଙ୍କୁ ଅକ୍ଟୋବର ୨୬ ଯାଏଁ ପୋଲିସ ହେପାଜତକୁ ପଠାଇଛନ୍ତି । ଏମାନଙ୍କ ମଧ୍ୟରେ ହରିୟାଣା ସୋନିପତ ଜିଲ୍ଲାର ୨୧ ବର୍ଷୀୟ କୁନାଲ ଓ ୧୯ ବର୍ଷୀୟ ସୁମିତ,ଉତ୍ତରପ୍ରଦେଶର ୨୩ ବର୍ଷୀୟ ରାଧା ଓ ବବିତା ରହିଛନ୍ତି ।
ଆମେରିକାରୁ ଏହି ନେଟୱାର୍କ ଚଲାଇଥିବା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସହଯୋଗୀ ହେଉଛି ଅନିଲ ପଣ୍ଡିତ୍ । ଅକ୍ଟୋବର ୧୮ରେ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳିମାଡର ଦାୟିତ୍ୱ ସେ ନିଜ ମୁଣ୍ଡରେ ନେଇଥିବା ସୋସିଆଲ ମିଡିଆର ଏକ ପୋଷ୍ଟରେ ସେ ଦାବି କରିଥିଲା । ଘଟଣାରେ ଟାଇଗର ସାମାନ୍ୟ ଆହତ ହୋଇଥିବା ବେଳେ ଟାଇଗରଙ୍କ ଡ୍ରାଇଭର ଓ ଜଣେ ପଥଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ସମ୍ପୃକ୍ତ ୪ଜଣ ଅନ୍ୟ ୩ଜଣଙ୍କ ସହ ମିଶି ଏହି କାଣ୍ଡ ଭିଆଇଥିବା କୋର୍ଟରେ ତଥ୍ୟ ଦେଇଛନ୍ତି ମୁମ୍ବାଇ ପୋଲିସ କ୍ରାଇମବ୍ରାଂଚ । ଅନ୍ୟମାନଙ୍କୁ ପୂର୍ବରୁ ରାଜସ୍ଥାନରୁ ଗିରଫ କରାଯାଇଥିଲା । ଆକ୍ରମଣକାରୀ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ଏହି ୪ ଅଭିଯୁକ୍ତ ଯୋଗାଇଥିଲେ । ପଣ୍ଡିତ୍ର ନିର୍ଦ୍ଦେଶରେ କୁନାଲ ଏବଂ ସୁମିତ୍ ଅମୃତସରରୁ ଏକ ପିସ୍ତଲ ଓ ୨୦ ରାଉଣ୍ଡ ଗୁଳି ସଂଗ୍ରହ କରିଥିଲେ । ଏହାପରେ ରାଧା ଓ ବବିତା ମୁମ୍ବାଇ ଯାଇ ଅନ୍ୟମାନଙ୍କୁ ଏହି ଅସ୍ତ୍ରସବୁ ହସ୍ତାନ୍ତର କରିଥିଲେ ।

