କେନ୍ଦ୍ରାପଡ଼ା:ରାଜନଗରରେ ଗୁରୁବାର ଦିନ ହଂସୁଆ ନଦୀରେ ଚାପ ଖେଳି ଧରାପୃଷ୍ଠରୁ ମେଲାଣି ନେବେ ମାଆ । ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମାଙ୍କୁ କାନ୍ଧରେ କାନ୍ଧେଇ ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇବେ । ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିବା ପରେ ମା ଙ୍କୁ ଦିଆଯିବ ମେଲାଣି । ଦୀର୍ଘ ୨୦୦ ବର୍ଷରୁ ଅଧିକ ହେବ ରାଜ ରାଜୁଡା ଅମଳରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ମଧ୍ୟ ରାଜନଗରରେ ଉଜିବିତ ହୋଇ ରହିଛି ।
ମା’ ଦୁର୍ଗାଙ୍କ ସହିତ ବନଦୁର୍ଗା, ମା’ଶାରଳା, ମା’ଗଙ୍ଗାମାତାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ସୁସଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯିବ। ସାରା ଓଡିଶାରେ ବିରଳ ଏହି ଜଳପଥରେ ଭଷାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମାଇଥାନ୍ତି । ନଦୀ ମଧ୍ୟରେ ଭଜନ କୀର୍ତ୍ତନ ପାରମ୍ପାରିକ ବାଦ୍ୟ ସହିତ ମା’ ଓ ଦେବାଦେବୀଙ୍କୁ ମେଲାଣି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ । ଦୀର୍ଘ ୧ କିମି ବ୍ୟାପି ନଈ ମଧ୍ୟରେ ୭ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଯିବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ ।

Comments are closed.