Latest Odisha News

BREAKING NEWS

ଇଣ୍ଡିଆ କେମ୍ ୨୦୨୬: ଓଡ଼ିଶାରେ ନୂତନ ରାସାୟନିକ ଓ ସାର ଉତ୍ପାଦନ ପ୍ରକଳ୍ପ ପାଇଁ MOU ସ୍ୱାକ୍ଷରିତ

ରାଜ୍ୟର ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ

ମୁମ୍ବାଇ: ଓଡ଼ିଶାରେ ନୂତନ ରାସାୟନିକ ଓ ସାର ଉତ୍ପାଦନ ପ୍ରକଳ୍ପ ପାଇଁ ୪,୭୫୦ କୋଟି ଟଙ୍କା ନିବେଶ ଉଦ୍ଦେଶ୍ୟରେ ପାରାଦୀପ ଫସଫେଟ୍ସ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ ଅବସରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରସ୍ତାବିତ ନିବେଶ ରାଜ୍ୟର ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ଓଡ଼ିଶାର ଶିଳ୍ପ ବିକାଶକୁ ଏକ ବଡ଼ ପ୍ରୋତ୍ସାହନ ଦେବା ଦିଗରେ ଦେଶର ଅନ୍ୟତମ ଅଗ୍ରଣୀ ସାର ଉତ୍ପାଦନକାରୀ ସଂସ୍ଥା ତଥା ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ରାଜ୍ୟରେ ଆଗାମୀ ବର୍ଷଗୁଡ଼ିକରେ ନୂତନ ରାସାୟନିକ ଓ ସାର ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ୪,୭୫୦ କୋଟି ଟଙ୍କା ନିବେଶ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି। ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରସ୍ତାବିତ ନିବେଶ ମାଧ୍ୟମରେ ରାଜ୍ୟରେ ଏକ ନୂତନ ରାସାୟନିକ କାରଖାନା ଏବଂ ଜୈବ ସାର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ସହିତ କୃଷି ଉତ୍ପାଦକତା ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍ ପକ୍ଷରୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏନ୍. ସୁରେଶ କ୍ରିଷ୍ଣନ ସ୍ୱାକ୍ଷର କରିଥିଲେ। ଏହି ସମାରୋହରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହିତ ପାରାଦୀପ ଫସଫେଟ୍ସ ଲିମିଟେଡ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାଜୀବ ନାମ୍ବିଆର, ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ବିଜୟ କୁମାର ବିଶ୍ୱାଳ ଏବଂ କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ବିଭୁଦତ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।

ଏହି ପ୍ରସ୍ତାବିତ ନିବେଶ ରାସାୟନିକ ଓ ସାର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ରାଜ୍ୟର ଶିଳ୍ପ ପରିବେଶକୁ ଅଧିକ ସୁଦୃଢ଼ ଓ ସମ୍ପ୍ରସାରିତ କରିବା ସହିତ ସମଗ୍ର ମୂଲ୍ୟ ଶୃଙ୍ଖଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ବୁଝାମଣାପତ୍ର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି। ଶିଳ୍ପ ବିକାଶ ଏବଂ ମୂଲ୍ୟ ସଂଯୋଜନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଓଡ଼ିଶା ନିଜକୁ ରାସାୟନିକ, ସାର ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଏକ ପ୍ରତିଯୋଗିତାମୂଳକ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଅଗ୍ରସର ହେଉଛି ।

Leave A Reply

Your email address will not be published.