ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଭାବେ ସ୍ଥାପିତ ଡାଟା ସେଂଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ତଥା ଅନ୍ୟାନ୍ୟ ବିଶିିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏବଂ ସାଧାରଣଲୋକଙ୍କ ସୁଗମନାଗମନ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କେଉଁ ରାସ୍ତାରେ ଯାତାୟତ କରିବେ କେଉଁ ରାସ୍ତାରେ ଯିିବେନି ସେନେଇ ତାଲିକା ଏବଂ କଟକଣା ଜାରି ହୋଇଛି ।
୨୫ ଅକ୍ଟୋବର ରବିବାର ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ବନ୍ଦ ହେବ ରାଜଧାନୀର ଏହି ସବୁ ରାସ୍ତା :-
ଆରବିଆଇ ଡାଟା ସେଂଟରର ଡାହାଣ ମୋଡ- ଇନଫୋଭ୍ୟାଲି ଛକ- ବାମ ମୋଡ- ତଳକ୍ଷେତ ଛକ- ବାଟ ଭୂଆସୁଣୀ ଛକ-୧୬ ନମ୍ବର ଜାତୀୟ ରାଜପଥ- ଜୟଦେବ ବିହାର ଛକ-ଡାହାଣ ମେଡ, ବେହେରା ସାହି ଛକ- ଶାସ୍ତ୍ରୀ ନଗର ଛକ- ୧୨୦ ବାଟାଲିଅନ ଛକ- ପାୱାର ହାଉସ ଛକ-ଲୋକଭବନ ଛକ- ଏଜି ଛକ- ହସ୍ପିଟାଲ ଛକ ଓ ଏୟାରପୋର୍ଟ ଛକ ।
ସମସ୍ତ ସହରବାସୀ ଓ ଯାତ୍ରୀଙ୍କୁ ଏହିସବୁ ରାସ୍ତା ଦେଇ ନଯିବାକୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ । ଆବଶ୍ୟକ ଥିଲେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କୁହାଯାଇଛି । କେଉଁଆଡେ ଯାତ୍ରା କରୁଥିଲେ ଯଥାଯଥ ଯୋଜନା ସହ ଅତିରିକ୍ତ ସମୟ ହାତରେ ରଖ ବାହାରନ୍ତୁ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଯାନବାହନ ଗୁଡିକର ସୁପରିଚାଳନା ନିମନ୍ତେ ଟ୍ରାଫିକ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ପୋଲିସ । ଏସବୁ କଟକଣା ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଲୀନ ସେବା ଗାଡି ପାଇଁ ପ୍ରଯୁଜ୍ୟ ନୁହେଁ ।

